ଜୀବନ ଯୁଦ୍ଧରେ କୈାଶଲ୍ୟା ! ଅନ୍ୟାୟ ବିରୋଧରେ ଲଢେଇ କରି ପାଲଟିଛନ୍ତି ଅପରାଜିତା

45

kaushalyaଜୀବନ ତାଙ୍କୁ କେଉଁ ମୋଡରେ ନେଇ ଠିଆ କରିଛି , ସେ ନିଜେ ମଧ୍ୟ ଜାଣନ୍ତି ନାହିଁ । ସମୟର ପ୍ରବହମାନ ସ୍ରୋତରେ ସେ ଭାସି ଚାଲିଛନ୍ତି ଆଗକୁ ଆଗକୁ । ମନରେ ନାହିଁ ଭୟ କି ସଂକୋଚ । ସମାଜର ଅନ୍ୟାୟ ଅନୀତି ବିରୋଧରେ ସ୍ୱର ଉଠାଇଛନ୍ତି । ଅନ୍ୟ ମହିଳାକୁ ନ୍ୟାୟ ଦେବା ପାଇଁ ହୋଇଛନ୍ତି ଆଗଭର । ସେ ହେଉଛନ୍ତି କୈାଶଲ୍ୟା । ରୁହନ୍ତି ଚେନ୍ନାଇରେ । ଜୀବନର ସବୁଠୁ ମୂଲ୍ୟବାନ ଜିନିଷକୁ ସେ ହରେଇ ସାରିଛନ୍ତି । ତା’ଠାରୁ ଆଉ ଅଧିକ କିଛି ହରେଇବାର ଭୟ ବି ନାହିଁ । ସେଥିପାଇଁ ସେ ସାହସର ସହ ଲଢେଇ କରିଚାଲିଛନ୍ତି ଅନ୍ୟାୟ ବିରୋଧରେ । ସମାଜରେ ଜାତିପ୍ରଥା ବିରୋଧରେ ଉଠେଇଛନ୍ତି ସ୍ୱର । ମାତ୍ର ୨୦ ବର୍ଷ ବୟସରେ ଏମିତି କାମ କରି ଏବେ ସେ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।

କୈାଶଲ୍ୟା ଏବେ ନିଃସଙ୍ଗ ଜୀବନର ସାଥୀ । ତାଙ୍କ ପାଇଁ ବଂଚିବାର କିଛି ଅର୍ଥ ନାହିଁ । ସେଥିପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସମାଜର ପରିବର୍ତ୍ତନ ପାଇଁ । ଯେଉଁ ସମାଜ ତାଙ୍କ ଠାରୁ ଛଡାଇ ନେଇଛି ତାଙ୍କ ହସଖୁସି , ସବୁକିଛି । ତାରି ବିରୋଧରେ କୈାଶଲ୍ୟାଙ୍କର ଲଢେଇ । ଏବେ ପୁରା ତାମିଲନାଡୁର ବିଭିନ୍ନ ଅଂଚଳ ବୁଲି ସେ ଅନର କିଲିଙ୍ଗ୍ ବିରୋଧରେ ଲୋକଙ୍କୁ ସଚେତନ କରାଉଛନ୍ତି । ନିଜ ଜୀବନର ଏକ ଦୁଃଖଦ ଘଟଣା ପରେ ସେ ଏବେ ଏଇ କାମ କରୁଛନ୍ତି । ତାଙ୍କ ଭଳି କୈାଣସି ଝିଅ ଯେମିତି ଏମିତି ଏକ ପରିସ୍ଥିତିର ଶିକାର ହେଉ, । ତାହ ସେ ଚାହିଁନାହାନ୍ତି । ଏଥିପାଇଁ ସେ ଆଗକୁ ଗୋଡ କାଢିଛନ୍ତି ।

dc-Cover-mcbslii1ve7nf0inme7nqm3h85-20160315065630.Mediକୈାଶଲ୍ୟାଙ୍କର ଜୀବନର ଗତିପଥ ଥିଲା ଏମିତି । ୨୦୧୪ ମସିହାରେ ପୋଲାଚି ଇଂଜିନିୟରିଂ କଲେଜରେ ପଢିବା ବେଳେ କୈାଶଲ୍ୟାଙ୍କର ଦେଖା ହୋଇଥିଲା ଶଙ୍କରଙ୍କ ସହ । କିଛିଦିନର ବନ୍ଧୁତା । ଆଉ ତା’ପରେ ଉଭୟ ପରସ୍ପରକୁ ପ୍ରେମ କରି ବସିଲେ । କିନ୍ତୁ ଶଙ୍କର ଥିଲେ ଦଳିତ ସଂପ୍ରଦାୟର । ସେଥିପାଇଁ କୌଶଲ୍ୟାଙ୍କ ପରିବାର ଲୋକେ ଏଇ ସଂପର୍କକୁ ଆଦୈା ଗ୍ରହଣ କରିପାରିଲେ ନାହିଁ । ବାରଣ କଲେ କୈାଶଲ୍ୟାଙ୍କୁ । କିନ୍ତୁ କୈାଶଲ୍ୟା ନିଜ ନିଷ୍ପତ୍ତିରୁ ହଟିନଥିଲେ । ନିଜ ପ୍ରେମକୁ ସାକାର କରିବାକୁ ,ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଯାଇ ଶଙ୍କରଙ୍କୁ ବିବାହ କରିଥିଲେ । ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ଘର ଲୋକେ ।

AIDWA_0୨୦୧୬ ମସିହା ମାର୍ଚ୍ଚ୧୨ ତାରିଖରେ କୈାଶଲ୍ୟା ଓ ଶଙ୍କର ଉଭୟ ବଜାରକୁ ଯାଇଥିବାବେଳେ କୈାଶଲ୍ୟାଙ୍କ ପରିବାର ଲୋକଙ୍କ ଦ୍ୱାରା ଦଳେ ଗୁଣ୍ଡା ଶ୍ରେଣୀୟ ଲୋକେ ତାଙ୍କୁ ଆକ୍ରମଣ କରିଥିଲେ । ସେଇଠି ସେମାନେ ଶଙ୍କରଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । କୈାଶଲ୍ୟା ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇଥିଲେ । ଦେଢମାସ ପରେ କୈାଶଲ୍ୟା ଯେତେବେଳେ ହସ୍ପିଟାଲରୁ ଫେରିଲେ , ସେତେବେଳେ ଶଙ୍କରଙ୍କ ବିନା ତାଙ୍କ ଜୀବନର କିଛି ଅର୍ଥ ନଥିଲା । ସେ କ’ଣ କରିବେ କିଛି ଭାବିପାରିବେ ନାହିଁ । ଦୁନିଆ ତାଙ୍କୁ ଅନ୍ଧକାର ଦେଖାଗଲା । ସେଥିପାଇଁ ସେ ପ୍ରଥମେ ଅତ୍ମହତ୍ୟା କରିବାକୁ ଭାବିଥିଲେ । କିନ୍ତୁ ପର ମୁହୂର୍ତ୍ତରେ ସେ ସମାଜ ବିରୋଧରେ ଲଢେଇ କରିବା ପାଇଁ ନିଷ୍ପତ୍ତି ନେଲେ । ମନକୁ ଦୃଢ କରି ନିଜକୁ ପ୍ରସ୍ତୁତ କଲେ । ପ୍ରଥମେ ଶାଢି ପିନ୍ଧିବା ଛାଡି ଡ୍ରେସ୍ ପିନ୍ଧିି ଚୁଟିକୁ ପୁଅମାନଙ୍କ ଭଳି ଛୋଟ ଛୋଟ କରି କାଟି ବାହାରକୁ ବାହାରିଲେ । ନିଜର ଶିକ୍ଷା ଶେଷ କରି ଏକ ଭଲ ଚାକିରି କଲେ । ତା’ପରେ ସମାଜ ସହ ଲଢେଇ କରିବା ପାଇଁ ମନକୁ ଦୃଢ କଲେ ଏବଂ ଆଗକୁ ଅଗ୍ରସର ହେଲେ ।

ଅନର କିଲିଂ ଭଳି ଘଟଣାକୁ ରୋକିବା ପାଇଁ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲି ଲୋକଙ୍କୁ ବୁଝାଇବା ସହ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କଲେ । ଏତେ କମ୍ ବୟସରୁ ତାଙ୍କ ଜୀବନକୁ ନର୍କ କରିଦେଇଥିବାରୁ ନିଜ ପରିବାର ଲୋକଙ୍କୁ ବି ସେ ଶାସ୍ତି ଦେଇଛନ୍ତି । ନିଜ ବାପା ଓ ଦାଦାଙ୍କୁ ଶଙ୍କରଙ୍କ ହତ୍ୟା ଅପରାଧରେ ଜେଲର କୋଠରୀ ପର୍ଯ୍ୟନ୍ତ ଟାଣି ନେଇଛନ୍ତି । ଅନ୍ୟ କେଉଁଠି ଏପରି ଖବର ପାଇବା କ୍ଷଣି ସେ ସଙ୍ଗେ ସଙ୍ଗେ ଦଳିତଙ୍କ ସପକ୍ଷରେ ବାହାରି ସାହାଯ୍ୟ କରୁଛନ୍ତି । ସମାଜର ମୁଷ୍ଟିମେୟ ଲୋକଙ୍କ ବିରୋଧରେ କୈାଶଲ୍ୟାଙ୍କର ଏଇ ପ୍ରତିରୋଧ ଯୋଗୁଁ ଅନେକ ସମୟରେ ତାଙ୍କୁ ବହୁ ବିପଦର ସାମନା କରିବାକୁ ପଡୁଛି । କିନ୍ତୁ ସେ କାହାକୁ ଭୟ କରୁନାହାନ୍ତି । ଜୀବନର ଅବଶିଷ୍ଟ ଜୀବନକୁ ସେ ଜାତି ପ୍ରଥା ବିରୋଧରେ ସଂଗ୍ରାମ କରି ବିତେଇଦେବେ ବୋଲି ସ୍ଥିର କରିନେଇଛନ୍ତି । ଆଜି ଅନ୍ୟ ମାନଙ୍କ ମଧ୍ୟରେ କୈାଶଲ୍ୟା ଜଣେ ଭିନ୍ନ ମହିଳା ପାଲଟି ଯାଇଛନ୍ତି । ଆଉ ଅପରାଜିତା ଭାବେ ସେ ଦୁନିଆ ଆଗରେ ପରିଚୟ ସୃଷ୍ଟି କରିପାରିଛନ୍ତି । (ସୌଜନ୍ୟ- ହିନ୍ଦୁସ୍ତାନ ଟାଇମ୍ସ)