କପିଲ ମିଶ୍ରାଙ୍କ ମା’ଙ୍କ ଚିଠି : ଭଗବାନଙ୍କୁ ଟିକେ ଡର ଅରବିନ୍ଦ କେଜ୍ରିୱାଲ

33

କିଛି ଦିନ ହେଲା ଖବରର ଶୀର୍ଷରେ ରହିଛନ୍ତି କେଜ୍ରିୱାଲ ଓ କପିଲ ମିଶ୍ରା । ଆମ୍ ଆଦମୀ ପାର୍ଟିର ବହିଷ୍କୃତ ମନ୍ତ୍ରୀ କପିଲ୍ ମିଶ୍ରାଙ୍କ ଅନଶନର ୩ୟ ଦିନରେ ଜାରି । ଏହି ଅନଶନରେ କପିଲଙ୍କ ମା’ ପହଁଚିଥିଲେ । ବିଜେପି ନେତା ଅନ୍ନପୂର୍ଣ୍ଣା ମିଶ୍ରା ନିଜର ଏକ ଖୋଲା ଚିଠି କେଜ୍ରିୱାଲ ଉଦ୍ଦେଶ୍ୟରେ ପଢିଛନ୍ତି ।

ସେଥିରେ ସେ ଲେଖିଛନ୍ତି । “ କେତେ ମିଛ କହିବ ଅରବିନ୍ଦ କେଜ୍ରିୱାଲ , ଭଗବାନଙ୍କୁ ଟିକେ ଡର …” । ଚିଠି ପଢିବା ସହ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ସତ୍ୟର ବାହକ ଏବଂ ତାଙ୍କର ପୁଅର କାମକୁ ନେଇ ସେ ଖୁବ ଗର୍ବ ଅନୁଭବ କରନ୍ତି ।