ବ୍ୟାଙ୍କରେ ଧାଡିରେ ଛିଡା ହୋଇଥିବା ବେଳେ ମହିଳାଙ୍କ ପ୍ରସବ

103

3ବିମୁଦ୍ରାକରଣର ପ୍ରଭାବରେ ଅଜବ ଅଜବ ଘଟଣା ବିଷୟରେ ଶୁଣିବାକୁ ମିଳୁଛି । ଅସୁସ୍ଥ ଥିବା ସତ୍ୱେ ବି ଟଙ୍କା ପାଇଁ ଧାଡିରେ ଛିଡା ହେଉଛନ୍ତି ଲୋକେ । ଟାଇମ୍ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି ଏକ ଖବର । ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ଘଟଣା ଏବେ ଚର୍ଚ୍ଚାରେ ।

1କାନପୁରର ଝିନିଝକ ଅଂଚଳରେ ଘଟିଛି ଏହି ଘଟଣା । ସର୍ବେଶା ଦେବୀ ନାମକ ଜଣେ ମହିଳା ଟଙ୍କା ଉଠାଇବା ପାଇଁ ନିଜ ଶାଶୁଙ୍କ ସହ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଦିନ ୧୧ଟାରେ ଧାଡିରେ ଠିଆ ହୋଇଥିଲେ । ପ୍ରସବା ଥିବା ଏହି ମହିଳା ଜଣକ ଲୋହିଆ ଆବାସ ଯୋଜନାର ଋଣ ପରିଶୋଧ କରିବା ପାଇଁ ୫ହଜାର ଟଙ୍କା ଉଠାଇବାକୁ ଆସିଥିଲେ ।

ଦୀର୍ଘ ସମୟଧରି ଧାଡିରେ ଛିଡା ହେବା ଦ୍ୱାରା ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେଠାରେ ଉପସ୍ଥିତ ଲୋକ ଓ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା । ହେଲେ ଆମ୍ବୁଲାନ୍ସ ଆସିବା ପୂର୍ବରୁ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ଧାଡିରେ ଛିଡା ହୋଇଥିବା ମହିଳାମାନେ ମହିଳାଙ୍କର ପ୍ରସବ କରାଇଥିଲେ । ବ୍ୟାଙ୍କ ପରିସରରେ ଖୁବ୍ ଲୋକଙ୍କ ଭିଡ ଥିଲା । ପରେ ତାଙ୍କୁ ଝିନିଝକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମା’ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

ଏହା ସହ ମଧ୍ୟ ଦେଖନ୍ତୁ –ଅଜବ ଘଟଣା : ନବଜାତ ଶିଶୁର କୁଆଁ କୁଆଁ କାନ୍ଦରେ ମା’ଫେରିପାଇଲା ଜୀବନ