ହ୍ୟାଣ୍ଡସମ୍ ପ୍ରଧାନମନ୍ତ୍ରୀଙ୍କ ସୁନ୍ଦରୀ ପ୍ରଶଂସିକା ! ଯେଉଁଠିକୁ ଯା’ନ୍ତି ଘେରିଯାନ୍ତି ଯୁବତୀ

37

justinକାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରଡୋ । ତାଙ୍କୁ ସମସ୍ତେ ପ୍ରଧାନମନ୍ତ୍ରୀ କମ୍ ସେଲିବ୍ରେଟି କୁହନ୍ତି । ଯେଉଁଠି କି ଯାଆନ୍ତି ସୁନ୍ଦରୀ ଯୁବତୀଙ୍କ ଲାଇନ ଲାଗିଯାଏ । ଏଥିପାଇଁ ସେ ମଧ୍ୟ ମିଡିଆରେ ଖୁବ୍ ଚର୍ଚ୍ଚିତ । ବିଶ୍ୱର ହ୍ୟାଣ୍ଡସମ ପ୍ରଧାନମନ୍ତ୍ରୀ ଭାବେ ଖୁବ୍ ଜଣାଶୁଣା । ନିଜର ଖୁସି ମିଜାଜ ସ୍ୱଭାବ ଓ ସମସ୍ତଙ୍କ ସହ ଭଲ ସଂପର୍କ ନେଇ ଅଧିକ ଲୋକପ୍ରିୟ ଜଷ୍ଟିନ ଟ୍ରଡୋ । ଯେଉଁଠି କି ଯାଇଥାନ୍ତି ସୁନ୍ଦରୀ ଝିଅମାନେ ଘେରି ଯାନ୍ତି ।

ଜୀବନରେ ଅନେକ ସଂଘର୍ଷ ପରେ ସେ ହାତେଇଥିଲେ ରାଜନୀତିର ସିଂହାସନ । ନିଜ ପିତାଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ଲୋକଙ୍କ ହୃଦୟକୁ ଜୟ କରିପାରିଥିଲେ । ୨୦୦୨ମସିହାରେ ଜଷ୍ଟିନଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ତାର ୮ବର୍ଷ ପରେ ସେ ରାଜନୀତିରେ ପାଦ ରଖିଥିଲେ ।

ଜଷ୍ଟିନ ହେଉଛନ୍ତି ବିଶ୍ୱର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ବିନା ସିକ୍ୟୁରିଟିରେ ରହିଥାନ୍ତି । ସାଧାରଣ ଲୋକଙ୍କ ଭଳି କାନାଡାର ସଡକ ଓ ସପିଂ ମହଲରେ ବୁଲାବୁଲି କରୁଥିବା ସହ ବସରେ ଯାତାୟତ କରିଥାନ୍ତି । ନିଜର ଖୁସି ମିଜାଜ ସ୍ୱଭାବ ପାଇଁ ଲୋକମାନେ ଭଲପାଇଥାନ୍ତି ଜଷ୍ଟିନଙ୍କୁ । ଶୁଣାଯାଏ ତାଙ୍କୁ ଯିଏ ରାଗରେ ଗାଳି ବା କଟୁ କଥା କହିଲେବି ସେ ତାଙ୍କୁ ଆପଣାର କରି ଶାନ୍ତ କରିଦେଇଥାନ୍ତି । ଆଉ ଏସବୁ ଭଲ ଗୁଣ ପାଇ ସମସ୍ତଙଗକର ପସନ୍ଦ ଜଷ୍ଟିନ ଟ୍ରଡୋ ।                                          ( ସୈାଜନ୍ୟ : ଦୈନିକ ଜାଗରଣ )