ଅଶିକ୍ଷିତ ସମାଜରେ ଶିକ୍ଷିତ ଝିଅ ରଞ୍ଜିତା : ଜଙ୍ଗଲରୁ ଇଞ୍ଜିନିୟର ହେବାର ସ୍ୱପ୍ନ

57

vlcsnap-2016-12-21-16h44m34s804କେନ୍ଦୁଝର : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ତେଲକୋଇ ବ୍ଲକର ଦୂର୍ଗମ ଅଂଚଳ ନମକାନୀ ଗ୍ରାମ । ବନପାହାଡ ଘେରା ଏହି ଗ୍ରାମରେ ରହନ୍ତି ଜୁଆଙ୍ଗ ଜନଜାତିର ଲୋକ । ଶିକ୍ଷା ଏମାନଙ୍କ ପାଇଁ ସାତସପନ । କେହି କେବେ ପାଠର ମୂଲ୍ୟ ଜାଣନ୍ତି ନାହିଁକି ପାଠ ପଢିବାକୁ ଆଗ୍ରହ ବି ପ୍ରକାଶ କରନ୍ତି ନାହିଁ ।

ଏପରି ଏକ ଗ୍ରାମର ଗୋପବନ୍ଧୁ ଜୁଆଙ୍ଗଙ୍କ ଝିଅ ରଞ୍ଜିତା କିନ୍ତୁ ନିଜକୁ ଅଲଗା ଭାବେ ଗଢି ତୋଲିବାକୁ ଅଂଟା ଭିଡିଛି । ବନପାହାଡ ଘେରା ଗ୍ରାମରୁ ବାହାରକୁ ପାଦ କାଢି ଇଞ୍ଜିନିୟର ହେବାର ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଏବେ ସେ ଡିପ୍ଲୋମା ଶେଷବର୍ଷର ଛାତ୍ରୀ । ଏହାପରେ ଆହୁରି ଅଧିକ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରଛନ୍ତି ରଞ୍ଜିତା । ତେବେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଏହା କେତେ ଦୁର ସଫଳ ହେବ ସେନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି ରଞ୍ଜିତା ।

ତେବେ ଗରିବ ହୋଇଥିବାରୁ ଆଗକୁ ଝିଅକୁ ଆଉ ପଢାଇ ପାରିବା ପାଇଁ ଅକ୍ଷମତା ପ୍ରକାଶ କରିଛନ୍ତି ରଞ୍ଜିତାଙ୍କ ବାପା । ସରକାରୀ ସାହାଯ୍ୟ ମିଳିଲେ ଝିଅ କିଛି କରିପାରନ୍ତା ବୋଲି ଆଶା ପ୍ରକାଶ କରିଛନ୍ତି ରଞ୍ଜିତାଙ୍କ ବାପ ମା । ସେହିପରି ରଞ୍ଜିତାର ସଫଳତା ସମଗ୍ର ଜୁଆଙ୍ଗ ଜନଜାତିକୁ ଗୌରବାନ୍ୱିତ କରିଥିବା କହନ୍ତି ତାଙ୍କ ଜାତି ଭାଇ ମାନେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –