ଚର୍ଚ୍ଚାରେ ସାମ୍ବାଦିକଙ୍କୁ ହତ୍ୟା : ହତ୍ୟାକାରୀ ସନ୍ଦେହରେ କ୍ରସର ମାଫିଆ

57

518731-477497-murderସତ୍ୟର ସନ୍ଧାନ କରୁଥିବା ଓ ସମାଜ ପାଇଁ ଲଢୁଥିବା ନିର୍ଭୀକ ସାମ୍ବାଦିକଙ୍କ ଜୀବନ ବଳି ପଡୁଛି ଦୁର୍ବୃତଙ୍କ ପାଖରେ । ଗୋଟିଏ ଗୋଟିଏ ସାମ୍ବାଦିକ ବିଶ୍ୱର କେଉଁଠି ନା କେଉଁଠି ପ୍ରତିଦିନ ବଳିପଡୁଛନ୍ତି । ଅନେକ ହତ୍ୟା ଏବେ ଖବରର ଶିରୋନାମା ସାଜୁଛି ।

ଏମିତି ଏକ ଘଟଣ ଘଟିଛି ବିହାରରେ । ଏକ ଜାତୀୟ ହିନ୍ଦି ଖବରକାଗଜର ସାମ୍ବାଦିକଙ୍କୁ ଗୁଳି କରି ହତ୍ୟାକରିଛନ୍ତି ଅଜଣା ବ୍ୟକ୍ତି । ଶନିବାର ସକାଳେ ନିଜ ଘର ପାଖରେ ଏକ ଚା’ଦୋକାନ ପାଖରେ ଠିଆ ହୋଇ ଥିଲେ ଧର୍ମେନ୍ଦ୍ର ସିଂହ ନାମକ ଏହି ସାମ୍ବାଦିକ ଜଣକ । ତିନିଜଣ ଅଜଣା ବ୍ୟକ୍ତି ମୋଟର ସାଇକେଲରେ ଆସି ହଠାତ ଗୁଳି କରିଥିଲେ ସାମ୍ବାଦିକ ଧର୍ମେନ୍ଦ୍ର ସିଂହଙ୍କ ଛାତିକୁ । ସଂଗେ ସଂଗେ ସେଠାରେ ଟଳି ପଡିଥିଲେ ଧର୍ମେନ୍ଦ୍ର । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଧର୍ମେନ୍ଦ୍ର ସସାରମରେ ଥିବା ସଦାର ହସ୍ପିଟାଲରେ ଭର୍ତି ହୋଇଥିଲେ । ଏଠାରେ ପ୍ରାଇମେରୀ ଚିକିତ୍ସା ପରେ ,ବାରଣାସୀକୁ ପଠାଯାଇଥିଲା । ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି ।

bihar-journalist-shot-deadଏଘଟଣା ଘଟିଛି ଅର୍ମା ଲେକର ମୁଫାସିଲ୍ ପୁଲିସ ଷ୍ଟେସନ ଅଂଚଳରେ । ପୁଲିସ ଏଘଟଣାର ଅନୁସନ୍ଧାନ ଜାରି ରଖିଛି । ସ୍ଥାନୀୟ ସାମ୍ବାଦିକମାନେ ଦ ହିନ୍ଦୁକୁ କହିଛନ୍ତି ଧର୍ମେନ୍ଦ୍ର ସିଂହଙ୍କୁୁ ସେଠାର ଷ୍ଟୋନ କ୍ରସର ମାଫିଆ ଟାର୍ଗେଟ କରିଥାଇପାରନ୍ତି । କାରଣ ଧର୍ମେନ୍ଦ୍ର ସିଂହ ଏହି ବେଆଇନ ଭାବେ ଚାଲୁଥିବା ଷ୍ଟୋନ କ୍ରସର ଉପରେ ଷ୍ଟୋରୀ ଲେଖିଆସୁଥିଲେ ନିଜ ଖବର କାଗଜରେ । ସେହି ଅଂଚଳରେ ପୁଲିସ ମଧ୍ୟ ଚଢାଉ କରୁଥିଲା । ଏଣୁ ଏଥିରେ ସଂପୃକ୍ତ ଥିବା ଶକ୍ତିଶାଳୀ ମାଫିଆ ଧର୍ମେନ୍ଦ୍ର ସିଂହଙ୍କୁ ହତ୍ୟା ପାଇଁ ଯୋଜନା ରଚିଥାଇପାରନ୍ତି ।

ଏମିତି ଘଟଣା ମଧ୍ୟ ଚଳିତ ବର୍ଷର ଅକ୍ଟୋବରରେ ଘଟିଥିଲା । ଉତ୍ତର ପ୍ରଦେଶରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରାଯାଇଥିଲା । ସେମାନେ ବି ସେମିତି ମୋଟରସାଇକେଲରେ ଆସି ଗୁଳି କରିଥିଲେ ସେହି ସାମ୍ବାଦିକଙ୍କୁ । ମେ ମାସରେ ମଧ୍ୟ ସିୱାନ ଜିଲ୍ଲାର ସିନିୟର ସାମ୍ବାଦିକ ରାଜଦେଓ ରଂଜନଙ୍କୁ ଗୁଳି କରାଯାଇଥିଲା ।

ଏବେ ଦେଖିବାକୁ ମିଳୁଛି ସାମ୍ବାଦିକମାନଙ୍କୁ ଦିନ ଦ୍ୱିପ୍ରହରେ ଖୋଲା ଖୋଲି ଭାବେ ଗୁଳି କରି ହତ୍ୟା କରୁଛନ୍ତି ଦୁର୍ବୃତମାନେ । ସମାଜର ସତ୍ୟ ପାଇଁ ଲଢୁଥିବା ନିର୍ଭୀକ ସାମ୍ବାଦିକଙ୍କୁ ଏମିତି ଭାବେ ପଥରୋଧ କରୁଛନ୍ତି କିଛି ଅସାମାଜିକ ଲୋକ ।