ଜାରି ହୋଇଛି ଜିଓ ଫୋନର ପ୍ରି-ବୁକିଂ ! କେମିତି ଜାଣିବେ ନିଜର ବୁକିଂ ଷ୍ଟାଟସ୍ , ଜାଣନ୍ତୁ ଏଥିରୁ

66

ରିଲାଏନ୍ସ ଜିଓର ଜିଓଫୋନ ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି । ରିଲାଏନ୍ସର ଏହି ୪ଜି ଫୋନର ବୁକିଂ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର ଓ କଂପାନୀର ଅନ୍ୟ ଷ୍ଟୋର ଗୁଡିକରେ କରାଯାଉଅଛି । ଏହାଛଡା କଂପାନୀର ୱେବସାଇଟ୍ ଓ ମାଇଁଜିଓ ଆପ୍ ଜରିଆରେ ଏହାର ବୁକିଂ ହେଉଛି ।

ପ୍ରି-ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏହି ଫୋନର ଡେଲିଭରି ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରିଦିଆଯିବ । କଂପାନୀ ପ୍ରଥମରୁ ଏହା ଘୋଷଣା କରିଦେଇଥିଲେ କି, ଏହି ଫୋନର ଡେଲିଭରି ‘ପହିଲେ ଆଓ, ପହିଲେ ପାଓ’ ର ଆଧାରରେ କରାଯିବ । ଯଦି ଆପଣ ଏହି ଫୋନର ବୁକିଂ କରିସାରିଛନ୍ତି ଏବଂ ବୁକିଂ ସମ୍ବନ୍ଧିୟ ତଥ୍ୟ ଜାଣିବାକୁ ଚାହୁଁଛନ୍ତି , ତାହେଲେ କଂପାନୀ ଏଥିପାଇଁ ଏକ ନମ୍ବର ଜାରି କରିଛି । କଂପାନୀ ମଧ୍ୟ ନିଜର ଅଫିସିଆଲ୍ ଟ୍ୱିଟର ଆକାଏଣ୍ଟ ଜରିଆରେ ସୂଚନା ଦେଇଛି । ଆପଣ ‘୧୮୦୦୮୯୦୮୯୦୦’ ରେ ଫୋନ କରି ନିଜର ଫୋନର ବୁକିଂ ଷ୍ଟାଟସ୍ ଜାଣିପାରିବେ । ଏହାଛଡା ଜିଓ ର ଗ୍ରାହକ ମାଇଁ ଜିଓ ଆପ୍ ର ମ୍ୟାନେଜ୍ ଭାଉଚର ସେକସନକୁ ଯାଇ ସବୁ ଜାଣିପାରିବେ ।

ସୂଚନା ଏହି ଯେ, ଫୋନର ପ୍ରଭାବି ମୂଲ୍ୟ କେବଳ ୦ ଟଙ୍କା ରଖାଯାଇଛି । ବର୍ତ୍ତମାନ ଗ୍ରାହକ ୧୫୦୦ ଟଙ୍କା ଦେବାକୁ ପଡିବ । ଏହି ଟଙ୍କା ୩ବର୍ଷ ପରେ ଆପଣ ଫୋନ ଫେରସ୍ତ କଲେ ଟଙ୍କା ଫେରସ୍ତ ମିଳିବ । ଏଥିରେ ୫ଶହ ଟଙ୍କା ବୁକିଂ ସମୟରେ ଓ ବାକି ୧୦୦୦ଟଙ୍କା ଡେଲିଭରି ସମୟରେ ଦେବାକୁ ପଡିବ ।