ଜିଓର ନୂଆ ବର୍ଷ ଅଫର : ୩୧ମାର୍ଚ୍ଚ ୨୦୧୭ଯାଏ ମାଗଣା ସେବା

37

INDIA-ECONOMY-TELECOM-WIRELESSକନକ ବ୍ୟୁରୋ : ରିଲାଏନ୍ସ ଜିଓ ତାର ଗ୍ରାହକଙ୍କୁ ଦେବ ପୁଣି ନୂଆ ଅଫର । ୪ ଡେସେମ୍ବରରୁ ଏହାର ନେଟୱର୍କ ସହ ଯୋଡି ହୋଇଥିବା ଗ୍ରାହକଙ୍କୁ ଯୋଗାଇଦେବ ମାଗଣା ଡାଟା ସେବା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ କମ୍ପାନୀର ଚେୟାରମ୍ୟାନ ମୁକେଶ ଆମ୍ବାନୀ ଆଜି ରିଲାଏନ୍ସ ଜିଓର ଗ୍ରାହକ ବଢିଥିବା କଥା କହିଛନ୍ତି । ବଡକଥା ହେଲା ସେ ହାପି ନ୍ୟୁ ଇୟରର ଅଫର ମଧ୍ୟ ଘୋଷଣା କରିଛନ୍ତି ।

୪ ଡିସେମ୍ବର ୨୦୧୬ ଠାରୁ ଜିଓ ଗ୍ରାହକଙ୍କୁ ପୁଣି ଥରେ ଇଂଟରନେଟ , ଅନଲିମିଟେଡ ଡାଟା , କଲ ଓ ଅନ୍ୟ ଜିଓ ଆକ୍ଟିଭେସନ ୩୧ ମାର୍ଚ୍ଚ ୨୦୧୭ ଯାଏଁ ମାଗଣାରେ ଉପଲବ୍ଧ ହେବ । ଏହାକୁ ହାପି ନ୍ୟୁ ଇୟରର ଅଫର ବୋଲି ନାମ ମଧ୍ୟ ଦିଆ ଯାଇଛି ।