ରିଲାଏନ୍ସ ଜିଓର ପୁଣି ଧମାକା ! ୧୦୦ ଏମବିପିଏସ ସ୍ପିଡରେ ୧୦୦ ଜିବି ଡାଟା

61

ମାଗଣା ଭଏସ୍ କଲ୍ ଆଉ ଫୋର୍-ଜି ଡାଟା ଦେଇ ଟେଲିକମ୍ ଶିଳ୍ପରେ ଭୂମିକମ୍ପ ଆଣିଥିବା ରିଲାଏନ୍ସ ଜିଓ ପୁଣି ଥରେ ସମସ୍ତଙ୍କୁ ଦୋହଲାଇ ଦେଲା ଭଳି ଅଫର୍ ନେଇ ସାମ୍ନାକୁ ଆସିଛି । ଏଥର ପାଳି ଜିଓ ବ୍ରଡବ୍ୟାଣ୍ଡ ସର୍ଭିସର । ଜିଓ ଫାଇବର୍ ବ୍ରାଣ୍ଡ ନାଁରେ ଜିଓ ତାର ବ୍ରଡବ୍ୟାଣ୍ଡ ସର୍ଭିସକୁ ମୁମ୍ବାଇ, ଦିଲ୍ଲୀ-ଏନସିଆର, ବରୋଦା ଭଳି କିଛି ସହରରେ ପରୀକ୍ଷାମୂଳକ ଭାବେ ଲାଗୁ କରିଛି ।

ଏହି କଥାକୁ ନିଜେ ରିଲାଏନ୍ସ ଜିଓର ଅଧିକାରୀ ଟ୍ୱିଟ୍ ଯୋଗେ ଅବଗତ କରାଇଛନ୍ତି । ଜିଓ କେୟାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜିଓ ଫାଇବର ପ୍ରିଭ୍ୟୁ ଅଫରକୁ ମୁମ୍ବାଇ, ଦିଲ୍ଲୀ-ଏନସିଆର, ଅହମ୍ମଦାବାଦ, ଜାମନଗର, ସୁରତ୍ ଆଉ ବରୋଦାର କିଛି ଅଂଚଳରେ ପରୀକ୍ଷା କରାଯାଉଛି । ତେବେ ରିଲାଏନ୍ସ ଜିଓର କଷ୍ଟମର୍ କେୟାର ୟୁନିଟ୍ ଅନ୍ୟ କେଉଁ ସ୍ଥାନରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି, ସେନେଇ କୈାଣସି ସୂଚନା ଦେଇନାହାଁନ୍ତି ।

ଅନ୍ୟ ସହରରେ ଖୁବଶୀଘ୍ର ଏହି ନେଟୱାର୍କ ଆରମ୍ଭ କରାଯିବାକୁ ପ୍ରସ୍ତୁତି ଚାଲିଛି । କୁହାଯାଉଛି, ୧୦୦ ଏମବିପିଏସ ସ୍ପିଡରେ ୧୦୦ ଜିବି ଡାଟା ଆପଣଙ୍କ ପାଖରେ ଉପଲବ୍ଧ ହୋଇପାରିବ । ସୂଚନା ଅନୁସାରେ, ଜିଓ ହୋମ୍ ବ୍ରଡବ୍ୟାଣ୍ଡ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ମାସ ମାଗଣା ସୁବିଧା ଯୋଗାଇବ ।