ବିଶ୍ୱର ସବୁଠୁ ଛୋଟ ୪ଜି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ମଜା ନିଅନ୍ତୁ ! ଦାମ୍ ୩,୭୯୦ଟଙ୍କା

68

11 (3)ଲୋକଙ୍କ ଚାହିଦାକୁ ନେଇ ଏବେ କଂପାନୀମାନେ ଲୋଭନୀୟ ମୋବାଇଲ ଫୋନ ସବୁ ବଜାରକୁ ଛାଡୁଛନ୍ତି । କଂପାନୀ ମାନଙ୍କ ମଧ୍ୟରେ ଫୋନର ଦାମ୍ , ଆକର ଓ ଫିଚରକୁ ନେଇ ଯେମିତି ଚାଲିଛି ପ୍ରତିଯୋଗୀତା । ଆଉ ଏଥିରେ ସାମିଲ ହୋଇଛି ଚୀନର ଏହି କଂପାନୀ ୟୁନିହର୍ଟଜ ।

ଚୀନର ଏହି କଂପାନୀ ଅନୁସାରେ , ବିଶ୍ୱର ସବୁଠୁ ଏହି ଛୋଟ ୪ଜି ଆଣ୍ଡ୍ରଏଡ୍ ଫୋନ୍ ନାମ ‘ଜେଲୀ’ ଅଟେ । ଯାହା ଏହି କଂପାନୀ ତିଆରି କରିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୩,୭୯୦ଟଙ୍କା । ଆଣ୍ଡ୍ରଏଡ୍ ନାଗଟ ଉପରେ ଆଧାରିତ ଏହି ଡୁଆଲ୍-ସିମ୍ ଫୋନରେ ୨.୪୫ ଇଂଚର ରହିଛି ଡିସପ୍ଲେ । ୨ ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା , ୮ ମେଗାପିକ୍ସଲ ରିୟର କ୍ୟାମେରା ଓ ୮ ଜିବି ଷ୍ଟୋରେଜ ରହିଛି । କଂପାନୀର ସୂଚନା ଅନୁସାରେ ଏହି ଫୋନର ବ୍ୟାଟେରୀକୁ ଥରେ ଚାର୍ଜ କଲେ ୩ଦିନ ଯାଏ ବ୍ୟବହାର ହୋଇପାରିବ ଏବଂ ଏହାକୁ ସହଜରେ ନିଜର କଏନ ପକେଟରେ ରଖିପାରିବେ ।