ପ୍ରେମ ପାଇଁ ତୁଚ୍ଛ ହେଲା ରାଜକୀୟ ପଦମର୍ଯ୍ୟାଦା ! ନିଜ ପ୍ରେମିକଙ୍କୁ ବିବାହ କରିବେ ଜାପାନ ରାଜକୁମାରୀ

25

ପ୍ରେମ ପାଇଁ ଜଣେ ରାଜକୁମାରୀ ତୁଚ୍ଛ କରିଛନ୍ତି ରାଜକୀୟ ପଦମର୍ଯ୍ୟାଦାକୁ । ଜାପାନ ରାଜକୁମାରୀ ତଥା ରାଜା ଆକିହିଟୋଙ୍କ ନାତୁଣୀ ପ୍ରିନସେସ୍ ମାକୋ ବିବାହ କରିବାକୁ ଯାଉଛନ୍ତି ନିଜ କଲେଜ ଦିନର ବନ୍ଧୁ କେୟି କୋମୁରୋଙ୍କୁ । ତେବେ କେଇ ଜଣେ ସାଧାରଣ ନାଗରିକ ହୋଇଥିବାରୁ ରାଜକୁମାରୀଙ୍କୁ ଏଥିପାଇଁ ରାଜକୀୟ ମର୍ଯ୍ୟାଦାରୁ ବେଦଖଲ ହେବାକୁ ପଡ଼ିବ ।

ବିବାହ ପରେ ରାଜକୁମାରୀ ଜଣେ ସାଧାରଣ ନାଗରିକରେ ପରିଣତ ହେବେ । ୨୫ ବର୍ଷୀୟା ଏହି ରାଜକୁମାରୀ ବନ୍ଧୁ ତଥା ଭାବିପତି କେୟି କୋମୁରୋଙ୍କୁ ଭେଟିଥିଲେ ପାଖାପାଖି ୫ ବର୍ଷ ତଳେ । ବନ୍ଧୁତା କ୍ରମେ ପ୍ରେମରେ ପରିଣତ ହୋଇଥିଲା ଓ ଉଭୟ ବିବାହ କରିବାର ନିଷ୍ପତି ନେଇଥିଲେ । ତେବେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା ମାକୋଙ୍କର ରାଜକୀୟ ସଂପୃକ୍ତି । କିନ୍ତୁ ମାକୋ ଶେଷକୁ ପ୍ରେମ ପାଇଁ ରାଜକୀୟ ମର୍ଯ୍ୟାଦା ଛାଡ଼ିବାର ନିଷ୍ପତି ନେଇଥିଲେ । ଏବେ ନିଜ ଇଚ୍ଛାମୁତାବକ ରାଜ ପରିବାରର ସ୍ୱୀକୃତି ସହ ବିବାହ କରିବେ ରାଜକୁମାରୀ ମାକୋ ।