ହୋଟେଲରେ ଗର୍ଭଧାରଣ କରିବାକୁ ଚାହୁଁଛନ୍ତି କି ? ମିଳୁଛି ମାଗଣା ଆତିଥ୍ୟ

73

3ସାଧାରଣତଃ ଦମ୍ପତିମାନେ ନିଜର ଅବସର ସମୟ ଦୂର ସ୍ଥାନକୁ ଯାଇ କଟାଇବାକୁ ଚାହିଁଥାନ୍ତି । ବଡ ବଡ ହୋଟେଲରେ ରହି ଟିକେ ମଜାମସ୍ତି କରିଥାନ୍ତି । ନିତିଦିନିଆ ଜୀବନଚଳନୀରୁ ଟିକେ ବିରତ ହୋଇ ସମୟକୁ ଭିନ୍ନ ଢଙ୍ଗରେ ଉପଭୋଗ କରିଥାନ୍ତି । ହଁ ଏମିତି ସୁଯୋଗ ଆଣିଛନ୍ତି କିଛି ଇଟାଲିଆନ ହୋଟେଲ । ସେଠାରେ ଶିଶୁ ଜନ୍ମ ହାରକୁ ବଢାଇବା ପାଇଁ ଏମିତି ଏକ ପରିକଳ୍ପନା କରିଛନ୍ତି କିଛି ହୋଟେଲ୍ ।

2ଇଟାଲୀର ଅସିସି ସହରରେ କିଛି ହୋଟେଲ ଫର୍ଟିଲିଟି ରୁମ୍ ପ୍ରୋଜେକ୍ଟ ନାମରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାର ଲକ୍ଷ୍ୟ ହେଉଛି ଦେଶରେ ଶିଶୁସଂଖ୍ୟା ବୃଦ୍ଧି କରିବା । ଏହି ପ୍ରୋଜେକ୍ଟ ଦ୍ୱାରା ସେମାନେ ଦଂପତିମାନଙ୍କୁ ଫ୍ରି ହଲିଡେ ପ୍ୟାକେଜ ଦେଉଛନ୍ତି । ଯେଉଁ ଦଂପତି ନିଜର ଗର୍ଭଧାରଣ ପାଇଁ ଚାହୁଁଥିବେ । ତାହେଲେ ଏହି ହୋଟେଲରେ ମାଗଣାରେ ରହିବା ଠାରୁ ନେଇ ସବୁ ସୁବିଧା ଦିଆଯିବ । ପିଲା ଜନ୍ମ ପରେ ଏହାର ବାର୍ଥ ସାର୍ଟିଫିକେଟ ହୋଟଲରେ ଜମା କରିବାକୁ ପଡିବ । ଯଦ୍ୱାରା ଜଣାପଡିବ ଯେ ହୋଟଲରେ ରହିବାର ୯ ମାସ ପରେ ପିଲା ଜନ୍ମ ହୋଇଛି ।

42_main-1479762234ଅସିସିର ମେୟର ଷ୍ଟିଫଆନିଆ ପ୍ରୋଇଟି ସ୍ଥାନୀୟ ନ୍ୟୁଜ୍ ଅସିସି ଓଗିକୁ କହିଛନ୍ତି ଯେ ଏଭଳି କ୍ୟାମ୍ପନିଂର ସହରର ପ୍ରଶାସନ ସହ ସଂପର୍କ ନାହିଁ । କିନ୍ତୁ ୧୯୬୦ରୁ ଇଟାଲୀରେ ଜନ୍ମ ହାର କମିବାରେ ଲାଗିଛି । ଏଣୁ ଏଭଳି ସମୟରେ ଏମିତି ଏକ ଭିନ୍ନ ପ୍ରୟାସ ସତରେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶୁଣିବାକୁ ମିଳିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ଦେଖନ୍ତୁ-ଲାଇଭ ଟିଭି ସୋ’ରେ ବିବାହ ପ୍ରସ୍ତାବ : କ୍ୟାନସର ପୀଡିତା ପାଇଲେ ନୂଆ ସାଥୀ