ବାପାଙ୍କୁ ଖୋଜୁଛି ଝିଅ : ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ପରେ ବାପାଙ୍କ ପତ୍ତା ମିଳୁନି

24

କନକ ବ୍ୟୁରୋ : ବାପାଙ୍କୁ ଖୋଜୁଛି କନିଆଁ । ଆଗାମୀ ଡିସେମ୍ବର ୧ରେ ବାହାଘର । ସେଥିପାଇଁ ବାପା ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଜମଗଡର ମହୁ ଯାଉଥିଲେ ରୁବି ଗୁପ୍ତା । ହେଲେ ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ପରେ ବାପାଙ୍କ ପତ୍ତା ମିଳୁନି । ଟ୍ରେନ ଦୁର୍ଘଟଣା ଛଡାଇ ନେଇଛି ବାପା ରାମ ପ୍ରସାଦ ଗୁପ୍ତାଙ୍କୁ ।

ଭଙ୍ଗା ହାତରେ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଘୁରି ବୁଲୁଛନ୍ତି ପରିବାରର ବଡଝିଅ ରୁବି । ସାଙ୍ଗରେ ତାଙ୍କ ଅନ୍ୟ ଦୁଇ ଭାଇ ଓ ଦୁଇ ଭଉଣୀ ବି ଅଛନ୍ତି । ଦୁର୍ଘଟଣାରେ କାଳେ ବାପାଙ୍କ ମୃତ୍ୟୁ ହୋଇଥିବ ସେଥିପାଇଁ ଶବଗୃହରେ ମଧ୍ୟ ଖୋଜିସାରିଲେଣି । ହେଲେ ବାପାଙ୍କ ସଂପର୍କରେ କୌଣସି ଖୋଜ ଖବର ପାଉନାହାଁନ୍ତି ।

କିଛିଦିନ ଭିତରେ ତାଙ୍କର ବାହାଘର ହୋଇଥାନ୍ତା । ସାଙ୍ଗରେ ବାହାଘର ପାଇଁ ଆଣିଥିବା ଶାଢୀ ଓ ଗହଣାର ବି ପତ୍ତା ମିଳୁନି । ଏଭଳି ସ୍ଥିତିରେ ତାଙ୍କ ବାହାଘର ନେଇ କଣହେବ ସେହି ଚିନ୍ତାରେ ରୁବି ଗୁପ୍ତା ।