ନୁଡୁଲ୍ସ , କୋଲାର ପ୍ରଭାବ ! ୧୦ ବର୍ଷୀୟ ବାଳକର ଓଜନ ୨୦୦

3

ଫାଷ୍ଟଫୁଡର ବହୁଳ ବ୍ୟବହାର ଏବେ ସବୁ ଦେଶରେ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟପ୍ରତି ଏହାର କୁପ୍ରଭାବ ପଡୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ଛୋଟ ଛୋଟ ପିଲାମାନେ ଏଥିପ୍ରତି ଅଧିକ ଆକର୍ଷିତ ହେଉଛନ୍ତି ।ଇଣ୍ଡୋନେସିଆର ଏକ ୧୦ ବର୍ଷର ବାଳକ ନୁଡୁଲ୍ସ ଓ କୋଲା ପ୍ରତି ଅଧିକ ଆକର୍ଷିତ ହେବା କାରଣରୁ ଏବେ ଆସିଛି ଚର୍ଚ୍ଚାକୁ । କାରଣ ଏହି ବାଳକର ଓଜନ ୨୦୦କେଜି ରୁ ଅଧିକ ହୋଇଛି ଏବେ ।

ଆର୍ଯ୍ୟ ମୋଶନ୍ତ୍ରୀ ନାମକ ଏହି ବାଳକ ପିଲାଟିବେଳୁ ଅଧିକ ଆକର୍ଷିତ ହୋଇଥିଲା ଫାଷ୍ଟଫୁଡ୍ ପ୍ରତି । ଅଭିଭାବକ ମାନେ ଏହାକୁ ଗୁରୁତ୍ୱ ଦେଇନଥିଲେ । ଯେଉଁ କାରଣରୁ ଆଜି ଆର୍ଯ୍ୟ ନା ସ୍କୁଲ୍ ଯାଇପାରୁଛି ନା ଠିକରେ ଚାଲିପାରୁଛି । ନିୟମିତ ଓଜନ ବଢୁଥିବା କାରଣରୁ ତାର ଅନେକ ଥର ସର୍ଜରୀ କରାଗଲାଣି । ଏହାସତ୍ୱେ କୈାଣସି ସୁଧାର ଦେଖିବାକୁ ମିଳୁନାହିଁ । ଅଭିଭାବକଙ୍କ କହିବାନୁସାରେ ଦିନକୁ ୫ଥର ଖାଇଲେ ମଧ୍ୟ ତାକୁ ଭୋକ ଲାଗୁଛି । ଦୈନିକ ନୁଡୁଲ୍ସ ,ଭାତ,ମାଛ ଓ ମାଂସ ଖାଇବାକୁ ସେ ଭଲ ପାଉଛି । ତା ଓଜନ ବଢିବା ଏବେ ତାଙ୍କୁ ଚିନ୍ତାରେ ପକାଇଛି ।

Comments are closed.