ହୀରା ବ୍ୟବସାୟୀଙ୍କ ମହାନତା : ୬ହଜାର କୋଟି ନୋଟ ସରକାରଙ୍କୁ କଲେ ହସ୍ତାନ୍ତର

46

2ଆପଣଙ୍କୁ ଏହା ବିଶ୍ୱାସ ହୋଇନପାରେ ,କିନ୍ତୁ ଏକଥା ସତ । ଚାରିଆଡେ ଏ ଖବରକୁ ନେଇ ଏବେ ଚର୍ଚ୍ଚାରେ । ପୁଣି ଏହି ଚର୍ଚ୍ଚାର ଖୋରାକ ସାଜିଛନ୍ତି ସୁରତର ବିଶିଷ୍ଟ ନାମକରା ହୀରା ବ୍ୟବସାୟୀ ଲାଲଜିଭାଇ ପଟେଲ୍ । ନଭେମ୍ବର୧୧ରେ ସରକାର ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ବନ୍ଦ ପରେ , ଏହାକୁ ନେଇ ଚାରିଆଡେ ଘୋଡା ଦୈାଡ । ଏହାରି ଭିତରେ କିନ୍ତୁ ହୀରା ବ୍ୟବସାୟୀ ଲାଲଜିଭାଇ କରିଛନ୍ତି ଏକ ମହତ କାମ ।

ରିପୋର୍ଟ ଅନୁସାରେ ଗୁଜୁରାଟର ଏହି ବ୍ୟବସାୟୀ ଲାଲଜିଭାଇ ସରକାରଙ୍କୁ ଦେଇଛନ୍ତି ୬ହଜାର କୋଟିର ନଗଦ ନୋଟ ଏବଂ ଆଶା ରଖିଛନ୍ତି ସରକାର ଏହି ଟଙ୍କାକୁ ଦେଶର ଭଲ ପାଇଁ ବ୍ୟବହାର କରିବେ । ଲାଲଜିଭାଇ ଗତ ଦିବାଲୀରେ ନିଜ କର୍ମଚାରୀମାନଙ୍କୁ କାର ଓ ଫ୍ଲାଟ୍ ଉପହାର ସ୍ୱରୂପ ଦେଇ ଚର୍ଚ୍ଚାରେ ଥିଲେ । ପୂର୍ବରୁ ମଧ୍ୟ ଦେଶରେ ଝିଅଙ୍କ ଶିକ୍ଷା ପାଇଁ ୨୦୦କୋଟି ଟଙ୍କା ଦାନ କରିଥିଲେ ।

ସବୁବେଳେ ମହତ ଉଦ୍ଦେଶ୍ୟ ରଖି ସମାଜ ପାଇଁ ନିଜର ଗଚ୍ଛିତ ସଂପତିକୁ ଦାନ କରୁଥିବା ବିଶିଷ୍ଟ କୁବେର ବ୍ୟକ୍ତି ମାନଙ୍କ ମଧ୍ୟରେ ଲାଲଜିଭାଇ ଅନ୍ୟତମ । ଯାହାଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଆଜି ସେ ଚର୍ଚ୍ଚିତ ।