ବିରାଟଙ୍କ ଗର୍ଲଫ୍ରେଣ୍ଡ କିଏ ? ନବମ ଶ୍ରେଣୀ ପ୍ରଶ୍ନପତ୍ରକୁ ନେଇ ସୋସିଆଲରେ ଭାଇରାଲ

25

kohaliଗତ ମାସରେ ଭାରତୀୟ ବାୟୁସେନା ଇଂଜିନିୟର ପରୀକ୍ଷାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ପ୍ରଶ୍ନ ପଚରା ଯାଇଥିଲା । ଏହାକୁ ନେଇ ସୋସିଆଲରେ ମିଡିଆ ଖୁବ୍ ଚର୍ଚ୍ଚା ହୋଇଥିଲା । ଏବେ ମହାରାଷ୍ଟ୍ରର ଭିୱାଣ୍ଡି ସ୍ଥିତ ଚାଚା ନେହେରୁ ହିନ୍ଦୀ ହାଇସ୍କୁଲରେ ଘଟିଛି ସେମିତି ଏକ ଘଟଣା ।

ଫିଜିକାଲ ଟ୍ରେନିଂ ପ୍ରଶ୍ନପତ୍ରରେ ଭାରତୀୟ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ଗର୍ଲଫ୍ରେଣ୍ଡ ନାଁ ପଚରା ଯାଇଥିଲା । ଉତରରେ ବିକଳ୍ପ ଅନୁସାରେ ଅପସନ ଥିଲା ପ୍ରିୟଙ୍କା ଚୋପ୍ରା , ଅନୁଷ୍କା ଶର୍ମା ଓ ଦୀପିକା ପାଦୁକୋନ ଆଦିଙ୍କ ନାଁ ।

5ଗତ ୧୩ ଅକ୍ଟୋବରରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ସୋସିଆଲରେ ଖୁବ୍ ଭାଇରାଲ ସାଜିଛି । ବିବାଦ ପରେ ଏଇ ପ୍ରଶ୍ନପତ୍ର ପିଟି ଶିକ୍ଷକ ତିଆରି କରିବା ସହ ପ୍ରଶ୍ନପତ୍ରରେ ଏପରି ତ୍ରୁଟି କରିଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଏ. ଆର ପାଣ୍ଡେ ପ୍ରକାଶ କରିଛନ୍ତି ।

ଅଭିଭାବକମାନେ ବି ଚିନ୍ତିତ । କାହିଁକି ନା ପାଠ୍ୟ ପୁସ୍ତକର ବାହାରୁ ପଡିଥିବା ଏହି ପ୍ରଶ୍ନର ଉତର ଯଦି ଆଉ କାହା ନାଁ ପିଲାମାନେ ଲେଖିଥିବେ କ’ଣ ହେବ ?