ହାୱଡା ଷ୍ଟେସନରେ ଫିଲ୍ମ ପୋଷ୍ଟର : ଫିଲ୍ମ ଡାଏଲଗରେ “ ସ୍ୱଚ୍ଛ ଭାରତ”ର ସନ୍ଦେଶ

27

captureଆଜିକାଲି ବିଭିନ୍ନ ପ୍ରକାର ସଂସ୍ଥା ଓ କଂପାନୀ ନିଜ ନିଜର ପ୍ରଚାର ପ୍ରସାର ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏମିତି ଏକ ଅଭିନବ ତରିକା ଆପଣେଇଛନ୍ତି ଭାରତୀୟ ରେଲେୱେ ବିଭାଗ । ହାୱଡା ଷ୍ଟେସନରେ “ସ୍ୱଚ୍ଛ ଭାରତ” ଅଭିଯାନର ପ୍ରଚାର ପାଇଁ ଲୋକପ୍ରିୟ ଫିଲ୍ମ ପୋଷ୍ଟର ଓ ଡାଏଲଗର ସାହାଯ୍ୟ ନେଇଛନ୍ତି । ଏହି ସବୁ ଫିଲ୍ମ ପୋଷ୍ଟରକୁ ନେଇ ଖୁବ୍ ଚର୍ଚ୍ଚା ।

indexହାୱଡା ଷ୍ଟେସନରେ ଲଗାଯାଇଥିବା ଫିଲ୍ମ ପୋଷ୍ଟରଗୁଡିକ ଭିତରେ ଏକ ପୋଷ୍ଟରରେ ଫିଲ୍ମ “ ଦିଲୱାଲେ ଦୁଲହନିଆଁ ଲେ ଯାଏଙ୍ଗେ ”ର ଲୋକପ୍ରିୟ ଡାଏଲଗକୁ ବ୍ୟବହାର କରାଯାଇଛି । ଯେଉଁଥିରେ ଲେଖାଯାଇଛି “ ଯା’ ସିମରନ୍ ଯା’ , ପ୍ଲାଟଫର୍ମ ସଫା ରଖିକି ଯା  ” ।

ଏହା ସହ ଦେଖନ୍ତୁ ଏହି ଭିଡିଓ –