ଚର୍ଚ୍ଚାରେ ନୃଶଂସ ଶାସକ : ଖାଉଥିଲେ ମଣିଷ ମାଂସ

59

idi-amin-dadaମଣିଷ ମାଂସ ଖାଇଥିଲେ ଜଣେ ଶାସକ । ଫ୍ରିଜରେ ରଖୁଥିଲେ କଟା ଅଙ୍ଗ । ଏକଥା ବିଶ୍ୱାସ ନହେଲେ ସତ । ଯାହା ଶୁଣିଲେ ସାଧାରଣ ଲୋକର ଲୋମ ଟାଙ୍କୁରି ଉଠିବ । ଏମିତି ଜଣେ କ୍ରୁର ଶାସକ ଥିଲେ ୟୁଗାଣ୍ଡାରେ । ତାନାଶାହ ଇଦ୍ ଅମିନ ନାମକ ଏହି ନିଷ୍ଠୁର ଶାସକ ୮ ବର୍ଷ ଯାଏ ରାଷ୍ଟ୍ରପତି ପଦରେ ରହି ଲୋକଙ୍କୁ ଖୁବ୍ ଅତ୍ୟାଚାର କରୁଥିଲେ । ଏହି ଶାସକ ନିଜର ପୁରା ଶାସନ କାଳରେ ପାଖାପାଖି ୬ ଲକ୍ଷ ଲୋକଙ୍କୁ ମାରିଛନ୍ତି । ଆଉ ସେମାନଙ୍କ ମାଂସ ନିଜେ ଖାଇଛନ୍ତି । ଲୋକଙ୍କ କଟା ମୁଣ୍ଡ ଓ ଅନ୍ୟ ଅଙ୍ଗକୁ ଫ୍ରିଜରେ ସାଇତି ରଖୁଥିଲେ । ଏଭଳି କ୍ରୁରତା ଯୋଗୁଁ ତାଙ୍କୁ ମ୍ୟାଡ୍ ମ୍ୟାନ୍ ଅଫ୍ ଆଫ୍ରିକା କୁହାଯାଉଛି ।

idi-amin-dadaଏହି ଶାସକର ଆଚରଣ ଏଭଳି ଥିଲାଯେ , ତା କ୍ରୁରତାର ସବୁ ସୀମା ପାରିହୋଇଯାଇଥିଲା । ସୁନ୍ଦରୀ ଯୁବତୀକୁ ନିଜ କାମ ଲାଳସାର ଶିକାର ବନାଉଥିଲେ । ଲୋକଙ୍କ ହତ୍ୟା କୈାଣସି ହତିଆରରେ ନକରି ଭୋକିଲା କୁମ୍ଭୀରର ଖାଦ୍ୟ ଭାବେ ତଳେ ଶୁଆଇ ଦେଉଥିଲେ ।

୧୯୭୯ରେ ତାଂଜାନିଆ ଓ ଅମିନ ବିରୋଧି ୟୁଗାଣ୍ଡା ସେନା ଏହି କ୍ରୁର ଶାସକକୁ ବିତାଡିତ କରିଥିଲେ । ଏହାପରେ ସେ ସାଉଦି ଆରବ ଚାଲିଯାଇଥିଲେ । ୨୦୦୩ରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେବି ତାଙ୍କ କ୍ରୁରତାର କାହାଣୀକୁ ନେଇ ଖୁବ୍ ଚର୍ଚ୍ଚିତ ଏହି ଶାସକ ।