ଲୋକେ ଉଡାଜାହାଜର ମଜା ସ୍ଥଳ ପଥରେ ନେବେ : ହାଇପରଲୁପ ପରିବହନରେ କମିଯିବ ରାସ୍ତାର ଦୂରତ୍ୱ

69

553129-hyperloopଲୋକମାନେ ତିନୋଟି ପଥରେ ଯାତ୍ରା କରିଥାନ୍ତି । ଜଳ ,ସ୍ଥଳ ଓ ଆକାଶ ପଥ । ଆମେ ସମସ୍ତେ ଆମର ଆବଶ୍ୟକତା ଓ ସମୟକୁ ବିଚାର କରି ନିଜର କେଉଁ ପଥରେ ଯାତ୍ରା କରିବା ବାଛିଥାଉ । ଅନେକ ଜରୁରୀ କାମ ପାଇଁ ଆକାଶ ପଥକୁ ବେଶୀ ପସନ୍ଦ କରିଥାନ୍ତି । ଶୀଘ୍ର ଓ କମ୍ ସମୟରେ ଆମେ ଲକ୍ଷ୍ୟ ସ୍ଥଳିରେ ପହଁଚିଯାଉଛେ ଏହି ଆକାଶ ପଥରେ । ହେଲେ ଏବେ ଏମିତି ଏକ ଖବର ପ୍ରକାଶ ପାଇଛି ଯାହା ଜାଣିଲେ ଆପଣ ଖୁସିରେ ଝୁମି ଉଠିବେ । ଆକାଶ ପଥରେ ଯାତ୍ରା ନକରି ଉଡାଜାହାଜ ଠାରୁ ବି ଅଧିକ ଗତିରେ ସ୍ଥଳପଥରେ ଯାତ୍ରା କରିପାରିବେ । ଭବିଷ୍ୟତରେ ଆମ ଦେଶରେ ଏମିତି ସୁବିଧା ମିଳିବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତ ହେଉଛି ହାଇପରଲୁପ୍ ଟେକନିକ୍ । ଏହା ଦ୍ୱାରା ଦିଲ୍ଲୀରୁ ମୁମ୍ବାଇର ୧୪ଶହ କି.ମି ଦୂରତ୍ୱ କେବଳ ୧ଘଣ୍ଟା ୧୦ମିନିଟରେ ପୂରା ହୋଇପାରିବ ।

Hyperloop_all_cutawayଭାରତରେ ଉଡାଜାହଜ ପାଖାପାଖି ୯ଶହ କି.ମି ବେଗରେ ପ୍ରତି ଘଣ୍ଟାରେ ଗତି କରିଥାଏ । ହେଲେ ଏହି ହାଇପରପୁଲ ଟେକନିକ ଦ୍ୱାରା ୧୨ଶହ କିମି ପ୍ରତି ଘଂଟାରେ ଗତି କରିବା ସମ୍ଭବ ହେବ । ଆଉ ଏହାକୁ ବାସ୍ତବିକ କରିବାକୁ ଯାଉଛନ୍ତି ଆମେରିକା କଂପାନୀ ହାଇପରଲୁପ ଟ୍ରାନ୍ସପୋଟେସନ ଟୋକ୍ନୋଲୋଜିଜ୍ ( ଏଚଟିଟି) ।

ଏହି ଏଚଟିଟିର କାମ ବିଭିନ୍ନ ଦେଶର ଦକ୍ଷ ଇଂଜିନିୟରଙ୍କ ଦ୍ୱାରା ହୋଇଥାଏ । କଂପାନୀ ସହ ବିଶ୍ୱର ୪୦ରୁ ଅଧିକ ଦେଶର ୬ଶହରୁ ଅଧିକ ପେଶାଦାର ବ୍ୟକ୍ତି ସଂପୃକ୍ତ ଅଛନ୍ତି । ଏହି କଂପାନୀ ଭାରତରେ ଚେନ୍ନାଇ-ବେଙ୍ଗାଲୁରୁ,ଚେନ୍ନାଇ-ମୁମ୍ବାଇ,ମୁମ୍ବାଇ-ପୁଣେ, ମୁମ୍ବାଇ-ଦିଲ୍ଲୀ ଓ ବେଙ୍ଗାଲୁରୁ-ଥିରୁଅନନ୍ତପୁରମ୍ ମଧ୍ୟରେ ହାଇପରଲୁପ ପରିବହନର ପାଇଁ ଆଗ୍ରହ ରଖିଛି ।
ଏହାସହ ଦେଖନ୍ତୁ ଏହି ଭିଡିଓ –

 

ଏହାସହ ମଧ୍ୟ ପଢନ୍ତୁ- ଭଙ୍ଗା କାର ଓ ସାଇକେଲକୁ ମିଶାଇ ତିଆରି କରାଯିବ ଘର ! ଏମିତି ଏକ ପ୍ରୟାସ ଆରମ୍ଭ କରୁଛି ଏକ କଂପାନୀ