କାହିଁକି ମିଶିଲାନି ନିଜ ମୁହଁ ସହ ପୁଅର ମୁହଁ ? ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲେ ସ୍ୱାମୀ !

31

କର୍ଣ୍ଣାଟକ : ମଣିଷ ବେଳେବେଳେ ଅନ୍ଧବିଶ୍ୱାସ ଆଉ ଅଜ୍ଞାନତାର ଶିକାର ହୋଇ କେତେ ଯେ ମାରାତ୍ମକ କାମ କରିପାରେ । ଏହା ହେଉଛି ତାର ଉଦାହରଣ । ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ହତ୍ୟା କରିଛନ୍ତି ନିଜ ସ୍ତ୍ରୀଙ୍କୁ । ପୁଲିସ ଦ୍ୱାରା ଏନେଇ ହୋଇଛନ୍ତି ଗିରଫ ।

ଘଟଣାଟି ଘଟିଛି କର୍ଣ୍ଣାଟକର ମହାବୀର ନଗରରେ । ଜନ୍ମିତ ପୁଅର ମୁହଁ ବାପା ମୁହଁ ସହ କାହିଁକି ମିଶିଲା ନାହିଁ ନେଇ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଝଗଡା । ଆଉ ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ଜଣକ ନିଜ ସ୍ତ୍ରୀର ତଣ୍ଟି ଚିପି କରିଛନ୍ତି ହତ୍ୟା । ଖବର ଅନୁସାରେ ,ଅଭିଯୁକ୍ତ ସ୍ୱାମୀ ପ୍ରବୀଣଙ୍କ ସନ୍ଦେହ ଥିଲା ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷ ସହ ସଂପର୍କ ରଖିଛନ୍ତି । ଏହାକୁ ନେଇ ପୂର୍ବରୁ ମଧ୍ୟ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ଆଉ ଏବେ ଏନେଇ ସନ୍ତାନ ଜନ୍ମ ପରେ ଝଗଡା ଆରମ୍ଭ ହେଲା ।

ପ୍ରବୀଣ ଯୁକ୍ତି କରିଥିଲେ ପୁଅର ମୁହଁ କାହିଁକି ତାଙ୍କ ସହ ମିଶୁନାହିଁ । ତୁମେ ଆଉ କାହା ସହ ଶାରୀରିକ ସଂପର୍କ ରଖିଛ ବୋଲି ସ୍ତ୍ରୀକୁ କହିଲେ । ଝଗଡା ଅଧିକ ମାତ୍ରାରେ ହେବାରୁ ପ୍ରବୀଣ ଏକ ଦୈାଡିରେ ସ୍ତ୍ରୀର ତଣ୍ଟିକୁ ଚାପି କରିଥିଲେ ହତ୍ୟା । ପରେ ଉଦୟବାଗ ପୁଲିସ ଷ୍ଟେସନରେ ଆତ୍ମ ସମର୍ପଣ କରିଥିଲେ ।

ଏହାସହ ମଧ୍ୟ ପଢନ୍ତୁ – ଅଜବ ପରମ୍ପରାର ନିଆରା ଅନ୍ଧବିଶ୍ୱାସ ! ନବଜାତ ଶିଶୁକୁ ତଳେ ଶୁଆଇ ଡିଆଁ ଯାଏ