ସ୍ୱାମୀର ଅଜବ କାଣ୍ଡ ପାଇଁ ଛାଡପତ୍ର ଦେବେ ସ୍ତ୍ରୀ :ଦେଖନ୍ତୁ ରାତିରେ ଶାଢୀ ପିନ୍ଧି ମହିଳାବେଶ ହେଉଥିବା ସ୍ୱାମୀଙ୍କୁ

94

3ଝିଅଟିଏ ଜଣେ ପୁରୁଷକୁ ସାତ ଜନମର ସାଥି କରି ତାର ହାତ ଧରେ । ଅନେକ ସ୍ୱପ୍ନ ଦେଖେ ତାର ପ୍ରିୟ ପୁରୁଷକୁ ନେଇ । ସୁଖ ଦୁଃଖରେ ସମଭାବ ରଖି ଚଳିବାର ଇଚ୍ଛାରେ ଆଗେଇଚାଲେ । ହେଲେ ଯେତେବେଳେ ସେହି ସ୍ୱାମୀର ଅଜବ କାଣ୍ଡରେ ସ୍ତ୍ରୀର ସବୁ ସୁଖ ଧୂଳିସାତ୍ ହୋଇଯାଏ । ସେତେବେଳେ ସେହି ସ୍ତ୍ରୀର ମନରେ ସ୍ୱାମୀ ପ୍ରତି ଜାତ ହୁଏ ଘୃଣା । ଏମିତି ଏକ ଘଟଣା ଘଟିଛି ବାଙ୍ଗାଲୁରୁର ଇନ୍ଦିରାପୁରମରେ । ସ୍ୱାମୀର ଅଜବ ହରକତରେ ପତ୍ନୀ ଚାହିଁଛନ୍ତି ସ୍ୱାମୀ ଠାରୁ ଅଲଗା ହେବା ପାଇଁ । ୨୯ ବର୍ଷୀୟ ଏହି ମହିଳା ଜଣକ ପୁଲିସରେ ଅଭିଯୋଗ କରିଛନ୍ତି ନିଜ ସ୍ୱାମୀ ବିରୁଦ୍ଧରେ । ତାଙ୍କ ସ୍ୱାମୀ ଶାଢୀ ପିନ୍ଧି ମହିଳାଙ୍କ ମହିଳାଙ୍କ ପରି ବ୍ୟବହାର କରୁଛନ୍ତି । ଏହା ତାଙ୍କୁ ଖୁବ୍ ମାନସିକ ଆଘାତ ଦେଉଛି । ଏଣୁ ଅଲଗା ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି ସେ ।

4ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ବନେରଗଟ୍ଟା ରୋଡ ପାଖରେ ଥିବା ଏକ ସଫ୍ଟୱେର କଂପନୀରେ କାମ କରନ୍ତି ଏହି ମହିଳା । କାମରୁ ଫେରିଲା ପରେ ନିତିରାତିରେ ତାଙ୍କ ସ୍ୱାମୀ ମହିଳାଙ୍କ ପରି ଶାଢୀ ପିନ୍ଧି ଓ ମେକଅପ୍ କରିବାକୁ ପସନ୍ଦ କରନ୍ତି । ସେମାନଙ୍କ ଭିତରେ ବିବାହର ଗୋଟେ ବର୍ଷ ବିତିଥିଲେ ବି କୈାଣସି ଶାରୀରିକ ସଂପର୍କ ଏଯାଏ ହୋଇନାହିଁ । ସ୍ୱାମୀ ଖାଲି ଲେସବିୟାନ ସେକ୍ସ କରିବାକୁ ତାଙ୍କ ସହ ପସନ୍ଦ କରୁଥିଲେ । ସ୍ୱାମୀ ଆଇଟି କଂପନୀରେ ଚାକିରି କରୁଥିବା ସହ ଜଣେ ନପୁଂସକ ବୋଲି ପୁଲିସକୁ କହିଛନ୍ତି ସେହି ମହିଳା ଜଣକ ।

ୱିମନ ହେଲ୍ପ ଲାଇନର ସିନିୟର କାଂଉସିଲର ସତ୍ୟବତୀଙ୍କ ସୂଚନା ଅନୁସାରେ ଏହି ଦଂପତ୍ତିଙ୍କ ମାତା-ପିତାଙ୍କ ଇଚ୍ଛାରେ ଏହି ବିବାହ ହୋଇଥିଲା । କିନ୍ତୁ ବିବାହର ପ୍ରଥମ ରାତିରେ ଏହି ମହିଳାଙ୍କ ସ୍ୱାମୀ ମହିଳାଙ୍କ ଭଳି ବ୍ୟବହାର କରିଥିଲେ । ତାହା କେବଳ ଗୋଟିଏ ଦିନର ନଥିଲା । ଏମିତି ସବୁଦିନ କରିବାକୁ ଲାଗିଲେ । ଆଉ ଏହା ଅସହ୍ୟ ହେବାରୁ ବାଧ୍ୟ ହେଲେ ମହିଳା ଜଣକ ସ୍ୱାମୀ ଠାରୁ ଅଲଗା ହେବାକୁ ।

ଏହାସହ ମଧ୍ୟ ଦେଖନ୍ତୁ-ମିତି ଅଛି ପରମ୍ପରା : ଝିଅକୁ ଅପହରଣ କରି ପୁଅ କରେ ବିବାହ