୪୦ ବର୍ଷୀୟ ସ୍ୱାମୀକୁ ୧୨ ବର୍ଷୀୟ ସ୍ତ୍ରୀ : ନାବାଳିକା ସ୍ତ୍ରୀ ଗର୍ଭବତୀ ହେବା ନେଇ ଚର୍ଚ୍ଚା

228

a-7କମ୍ ବୟସରେ ବିବାହ କରିବା ଓ ଗର୍ଭବତୀ ହେବାର ଅନେକ ଖବର ଆପଣ ଜାଣିଥିବେ । କିନ୍ତୁ ଏମିତି ଏକ ଖବର ଅଛି ଆପଣ ଜାଣିଲେ ବିଶ୍ୱାସ କରିପାରିବେନି । ହେଲେ ଏକଥା ନିରାଟ ସତ । ଏ ମାମଲା ଚୀନର । ଯେଉଁଠି ଜଣେ ଝିଅ ଖୁବ୍ କମ୍ ବୟସରେ ଗର୍ଭବତୀ ହେବାର ଖବର ଚର୍ଚ୍ଚାରେ । ଯେତେବେଳେ ସେହି ଝିଅର ସ୍ୱାମୀ ତାଙ୍କୁୁ ଡାକ୍ତରଙ୍କ ପାଖକୁ ନେଇଥିଲେ , ଏତେ କମ୍ ବୟସରେ ଏ ଝିଅ କେମିତି ଗର୍ଭବତୀ ହେଲେ ଜାଣି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

chinese-maternity-wardସୂଚନା ଅନୁସାରେ , ପାଖାପାଖି ୧୨ ବର୍ଷ ହେବ ଏହି ଝିଅଟିକୁ । ତା’ର ବିବାହ ଜଣେ ବୟସାଧିକ ବ୍ୟକ୍ତିଙ୍କ ସହ ହୋଇଥିଲା । ଚୀନର ଏକ ଡାକ୍ତରଖାନାରେ ୧୨ ବର୍ଷୀୟ ଝିଅ ଗର୍ଭବତୀ ହେବା ଖବରକୁ ନେଇ ହୋହାଲ୍ଲା ଆରମ୍ଭ ହୋଇଯାଇଥିଲା । ଝିଅଟିକୁ ଯେତେବେଳେ ରୁଟିନ୍ ଟେଷ୍ଟ ପାଇଁ ସ୍ୱାମୀ ଡାକ୍ତରଖାନା ଯାଇଥିଲେ ସେତେବେଳେ ଘଟଣାର ଖୁଲାସା ହୋଇଥିଲା । ମାମଲା ଯେତେବେଳେ ଡାକ୍ତଖାନାର ଅଧିକାରୀଙ୍କ ନଜରକୁ ଆସିଲା ସେତେବେଳେ ନିଜ ସ୍ତ୍ରୀର ବୟସ ୨୦ ବର୍ଷ ବୋଲି ଏହି ୪୦ବର୍ଷୀୟ ସ୍ୱାମୀ କହିଥିଲେ । ଝିଅଟି ୩ମାସର ଗର୍ଭବତୀ ଥିଲେ । ହେଲେ ସ୍ୱାମୀର କଥାକୁ ଡାକ୍ତରମାନେ ବିଶ୍ୱାସ କରିନଥିଲେ ।

ପୁଲିସ ଯେତେବେଳେ ଝିଅଟିକୁ ପଚରାପଚରି କଲେ ତ ସେ କିଛି କହିପାରିନଥିଲା । କାରଣ ତାକୁ ଚୀନ ଭାଷା ମାଲୁମ ନଥିଲା । ପୁଲିସକୁ ସନ୍ଦେହ ଜୋର ଧରିଥିଲା । ଏ ମାମଲା ପୁଲିସକୁ ହ୍ୟୁମାନ ଟ୍ରାଫିକିଂ ଭଳି ଲାଗୁଥିଲା । କେମିତି ଜଣେ ୪୦ ବର୍ଷୀୟ ବ୍ୟକ୍ତି ୧୨ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିପାରିବ , ଡାକ୍ତର ବି ବିଶ୍ୱାସ କରିପାରୁନଥିଲେ ।