୮୦ ବର୍ଷରେ ୩୦ ପରି ଲାଗନ୍ତି ମହିଳା : ୬୫ ବୟସରେ ବି ପିଲା ଜନ୍ମ କରନ୍ତି

80

hhକୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ଭଲ ଥିଲେ ମଣିଷ ସୁସ୍ଥ ନିରାମୟ ଜୀବନଯାପନ କରିଥାଏ । ଏଣୁ ପ୍ରତି ମଣିଷ ଚାହିଁଥାଏ ସବୁଦିନ ଯୈାବନାବସ୍ଥାରେ ରହିବା ପାଇଁ । କାହିଁକି ନା ଏହି ବୟସରେ ମଣିଷ ଭରପୂର ଜୀବନ ଉପଭୋଗ କରିଥାଏ । କିନ୍ତୁ ଏହା କେବେବି ହୋଇନଥାଏ । ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମାରେ ମଣିଷର ଯୈାବନ ସରିଯାଏ । ବାର୍ଦ୍ଧକ୍ୟତା ଗ୍ରାସ କରେ ।

hunza-apricotsଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନର୍ଥ ପାକିସ୍ତାନର କାରାକୋରମ୍ ପର୍ବତରେ ରୁହନ୍ତି ଏମିତି ଏକ ଜାତିର ଲୋକେ , ଯାହାଙ୍କ ପାଖରେ ବୟସ ହାର ମାନିଛି । ହଂଜକୁଟସ ବା ହୁଂଜା ଲୋକ ନାମରେ ଜଣା ଏହି ବୁରୁଷୋ ସଂପ୍ରଦାୟର ଲୋକେ କେବେ ରୋଗରେ ପଡନ୍ତି ନାହିଁ । ଏହି ସଂପ୍ରଦାୟର ମହିଳାମାନେ ୬୫ ବୟସରେ ବି ପିଲା ଜନ୍ମ କରନ୍ତି । ୮୦ ବର୍ଷରେ ତାଙ୍କ ଶରୀରରେ ଭରପୂର ଯୈାବନର ମାଦକତା ଥାଏ । ଏହି ଲୋକେ ଅଧିକ ଦିନ ବଂଚୁଥିବାର ରହସ୍ୟ ହେଲା ସେମାନଙ୍କର ଡାଏଟିଂ । ଡାଏଟିଂ ଚାଟରେ କେବଳ ପୈାଷ୍ଟିକ ଆହାର ସାମିଲଥାଏ । ଖାଇବାରେ ବେଶୀ ବାଦାମ ବ୍ୟବହାର କରନ୍ତି ।

wwହୁଂଜା ଲୋକଙ୍କ ସଂଖ୍ୟା ଖୁବ୍ କମ ହେଲେବି ,ଏମାନଙ୍କୁ ଦୁନିଆର ସବୁଠୁ ଅଧିକା ଆୟୁଷର ଓ ସ୍ୱାସ୍ଥ୍ୟବାନ ଲୋକଭାବେ ଗଣାଯାଏ । ଏମାନଙ୍କର ଭାଷାକୁ ବୁରୁଶାସ୍କି କୁହାଯାଏ । ଏହି ସଂପ୍ରଦାୟ ଆଲେକଜାଣ୍ଡାର ଦ ଗ୍ରେଟଙ୍କ ସୈନିକଙ୍କର ବଂଶଧର ବୋଲି ଶୁଣାଯାଏ । ଏହି ଲୋକମାନେ ମୁସଲିମ୍ ସଂପ୍ରଦାୟର । ଏହି ସଂପ୍ରଦାୟର ଲୋକେ ପାକିସ୍ତାନର ଅନ୍ୟ ସଂପ୍ରଦାୟ ଠାରୁ ଖୁବ୍ ଉଚ୍ଚ ଶିକ୍ଷିତ । ହୁଂଜା ଘାଟିରେ ଏମାନଙ୍କର ଲୋକସଂଖ୍ୟା ୮୭ ହଜାର । ପୁରୁଷଙ୍କ ପରି ଏହି ଜାତିର ମହିଳାମାନେ ଖୁବ୍ ସ୍ୱାସ୍ଥ୍ୟବାନ ଓ ଚିରଯୈାବନା ପରି ଲାଗନ୍ତି । ଏହି ସୁନ୍ଦରୀ ମହିଳାକୁ ନେଇ ମଧ୍ୟ ଚାରିଆଡେ ଚର୍ଚ୍ଚା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –