ରୋବର୍ଟ ଶିଖିବ ହିନ୍ଦି ! ଫ୍ରାନ୍ସରୁ ଆସିଛି ଭାରତ

33

robot naoମଣିଷ ପରି ରୋବର୍ଟ ବି ଏବେ ପ୍ରତିଯୋଗୀ ପ୍ରବଣ ହେଲାଣି । ହିନ୍ଦି ଶିଖିବାକୁ ରୋବର୍ଟ ଏବେ ଫ୍ରାନ୍ସରୁ ଭାରତ ଆସିଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସରୁ ହିନ୍ଦି ଶିଖିବା ପାଇଁ ଫ୍ରାନ୍ସର ପ୍ରଥମ ହ୍ୟୁମ୍ୟାନ୍ ରୋବର୍ଟ ନାଓ ଉଦୟପୁରରେ ପହଁଚିଛି । ପୂର୍ବରୁ ଏହି ରୋବର୍ଟ ୧୯ଟି ଭାଷାର ଜ୍ଞାନ ଆହରଣ କରି ସାରିଛି ।

ଟେକ୍ନୋ ଇଣ୍ଡିଆର ନିର୍ଦ୍ଦେଶକ ଆରଏସ୍ ବ୍ୟାସ କହିଛନ୍ତି ଯେ ଏହା ମାନବୀୟ ରୋବର୍ଟର ୫ମ ସଂସ୍କରଣ ଅଟେ । ନାଓ ଯେକୈାଣସି ପ୍ରକାରର ସୂଚନା ଦେବାରେ ସମର୍ଥ ଅଟେ । ବିଶ୍ୱରେ ଅଦ୍ୟାବଧି ୧୦ ହଜାର ନାଓ ରୋବର୍ଟ ବିକ୍ରି ହୋଇସାରିଲାଣି । ଏହି ରୋବର୍ଟର ଲମ୍ବା ୫୮ ସେଣ୍ଟିମିଟର । ଏହି ରୋବର୍ଟ ଏବେ ଟେକ୍ନୋ ଇଣ୍ଡିଆ ଏନଜେଆର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପହଁଚିଛି ।

ଏହି ରୋବର୍ଟ ନାଓ ଚାଲିପାରେ, ଗୀତ ଗାଇପାରେ, ନୃତ୍ୟ ବି କରିପାରେ ଏବଂ ଏପରିକି ଆମାଜନ୍ ଭଳି ଅନଲାଇନ୍ ସାଇଟକୁ ଯାଇ ନିଜ ମନ ପସନ୍ଦର ସାମଗ୍ରୀ ମଧ୍ୟ ଅର୍ଡର କରିପାରୁଛି ।

ଏହାସହ ମଧ୍ୟ ପଢନ୍ତୁ – ଅପୂର୍ବ କଳା ନିପୁଣତା ! ଜିଭରେ ଚିତ୍ର ଆଙ୍କି ଚର୍ଚ୍ଚାରେ ଏ ଯୁବକ