ପଶୁ-ପକ୍ଷୀଙ୍କ ପରି ଚିଡିଆଖାନାରେ ରହୁଥିଲେ ମଣିଷ ! ଲୋକଙ୍କୁ କରୁଥିଲେ ମନୋରଂଜନ

66

ଏ ଦୁନିଆରେ ଅଜବ ଅଜବ କଥା ସବୁ ଶୁଣିବାକୁ ମିଳେ ଓ ଦେଖିବାକୁ ମିଳେ । ଆଉ ସମୟ ସହ ସବୁ କିଛିର ବି ପରିବର୍ତ୍ତନ ହୁଏ । ଏମିତି ଏକ ଘଟଣା ୟୁରୋପରେ ଘଟିଥିଲା । ସେଠାରେ ଅନେକ ଚିଡିଆଖାନାରେ ପଶୁ-ପକ୍ଷୀଙ୍କ ଭଳି ମଣିଷକୁ ରଖାଯାଉଥିଲା । ଆଉ ସେମାନଙ୍କୁ ଦେଖିବାକୁ ଛୋଟ ଠାରୁ ବଡ ସମସ୍ତେ ଯାଉଥିଲେ ସେହି ଚିଡିଆଖାନା ।

ସୂଚନା ଅନୁସାରେ ୟୁରୋପର ଏହି ଚିଡିଆଖାନାରେ ପଶୁଙ୍କ ପରି ମହିଳା ଓ ଶିଶୁଙ୍କୁ ବନ୍ଦୀ କରି ରଖାଯାଉଥିଲା । ଏଠାରେ ଆଦିବାସୀ ଲୋକଙ୍କୁ ପଶୁ ସହ ତୁଳନା କରୁଥିଲେ । ଏଣୁ ଖୁବ୍ କଳା ରଙ୍ଗର ମହିଳାଙ୍କୁ ଚିଡିଆଖାନାରେ ପଶୁ ଭଳି ଆବଦ୍ଧ କରି ରଖୁଥିଲେ । ଏମିତି ଚିଡିଆଖାନା ସବୁ ଜର୍ମାନୀ ଓ ଇଂଲଣ୍ଡରେ ବି ତିଆରି ହୋଇଥିଲା । ଏଠାରେ ଲୋକଙ୍କ ମନୋରଂଜନ ପାଇଁ ପିଂଜରାରେ ବନ୍ଦୀ ଲୋକଙ୍କୁ ନାଚ କରିବାକୁ ବାଧ୍ୟ କରାଯାଉଥିଲା । ଛୋଟ ପିଲାଙ୍କୁ ମଧ୍ୟ ବନ୍ଦୀ ଭାବେ ରଖି ସେମାନଙ୍କର ପ୍ରଦର୍ଶନୀ କରାଯାଉଥିଲା । ସମୟ କ୍ରମେ ଏହିପରି କାର୍ଯ୍ୟକୁ ସମସ୍ତେ ନିନ୍ଦା କଲେ । ବିରୋଧାଭାସ ସୃଷ୍ଟି ହେଲା । ପରେ ଏହାକୁ ବନ୍ଦ କରିଦିଆଗଲା । ହେଲେ ସମୟର ଡାଏରୀରେ ସବୁ ଦିନ ପାଇଁ ମଣିଷର ଏପରି ଜଘନ୍ୟ କାଣ୍ଡ ଲିପିବଦ୍ଧ ହୋଇ ରହିଗଲା ।

ଏହାସହ ମଧ୍ୟ ପଢନ୍ତୁ – ଏମିତି ହୃଦୟ ବିଦାରକ ଫଟୋ ! ଏହାର ଫଟୋଗ୍ରାଫର ମାନସିକ ଯନ୍ତ୍ରଣାରେ କରିଥିଲେ ଆତ୍ମହତ୍ୟା