ବିନା ପାଣିରେ ସଫା କରିପାରିବେ କାର୍ ! କିପରି, ଆସନ୍ତୁ ଜାଣିବା

30

ଆପଣ କାରର ଯତ୍ନ ନେଇପାରୁନାହାଁନ୍ତି କି? ନିଜ କାରକୁ ସଫା କରିବା ପାଇଁ ପାଣିର ସମସ୍ୟା ହେଉଛି କି ? ଏବେ ଆଉ ପାଣିପାଇଁ ଦୌଡ଼ିବାକୁ ପଡିବ ନାହିଁ । ଦେଶରେ ପାଣିର ସମସ୍ୟା ଚାଲିଛି । ସେଥିପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଯେଉଁଠି ପିଇବାକୁ ଟିକେ ପାଣି ମିଳୁନାହିଁ ସେଠି ଗାଡିକୁ ସଫା ରଖିବା ଅତି କଷ୍ଟକର । ଏବେ ଏଠି ଗୋଟେ ଏମିତି ଉପାୟ ଆପଣମାନଙ୍କ ସାମନାରେ ଅଛି ଯାହାକୁ ଆପଣ ବିନା ପାଣିରେ ନିଜ କାର୍ କୁ ଧୋଇ ସଫା ଓ ଚିକ୍କଣ କରିପାରିବେ ।

ଦେଶର ବୃହତ୍ ଗାଡି କଂପାନୀ ମାରୁତି ସୁଜୁକି ଏକ ଅଭିନବ ପଦକ୍ଷେପ ଉଠାଇଛି । ପାଣି ସମସ୍ୟାକୁ ତାଳ ଦେଇ ସେ ଦେଶର ବିଭିନ୍ନ ସ୍ଥାନରେ ଗାଡି ୱାର୍କସପସ୍ ମାନ ତିଆରିକରିବ । ବିନା ପାଣିର ସହାୟତାରେ ହୋଇପାରିବ ଆପଣଙ୍କ କାର୍ ସଫା । ଆଶ୍ଚର୍ଯ୍ୟ ହେଲେ ବି ଏହା ସତ । ତେବେ କେମିତି କରିବେ ବିନା ପାଣିରେ କାର ୱାସ୍ ଜାଣନ୍ତୁ ।

ପ୍ରଥମେ ଆପଣ କାରରେ ଲାଗିଥିବା ସମସ୍ତ ଧୂଳିକୁ ପାଣି ପାଇପ୍ ଯୋଗେ ଧୋଇବେ । ଏଥିପାଇଁ ଆପଣଙ୍କୁ କଣ କଣ ସାମଗ୍ରୀର ଆବଶ୍ୟକତା ରହିଛି ଜାଣନ୍ତୁ । ସ୍ପ୍ରେ ଗନ୍, ୱାଇପର୍ସ, ହାର୍ଡବ୍ରର୍ସ, ମାଇକ୍ରୋଫାଇବର ଗ୍ଲୋବ୍ସ, ମାଇକ୍ରୋଫାଇବର କ୍ଳଥ୍ସ, କେମିକାଲ ଫୋମ୍ ।

ପ୍ରଣାଳୀ –
୧) କାରରୁ ସମସ୍ତ ମଇଳାକୁ ସଫା କରିବେ ।
୨) ତା ପରେ ସଫା ହୋଇଗଲାପରେ ୱାଇପ୍ସ ରେ କାରକୁ ପୋଛନ୍ତୁ ।
୩) ତା’ପରେ କେମିକାଲ ଫୋମ୍ କୁ ସ୍ପ୍ରେ କରନ୍ତୁ ଏବଂ ଗ୍ଲୋବ୍ସ ଦ୍ୱାରା ଫୋମକୁ ଭଲରେ କାରରେ ଘଷନ୍ତୁ । ହାର୍ଡ ବ୍ରସ ଏବଂ ୱାଇପର ଦ୍ୱାରା କାରର ସମସ୍ତ ଫେଣକୁ ପୋଛନ୍ତୁ ।
୪) ହାର୍ଡ ବ୍ରସ ଦ୍ୱାରା କାରର ଟାୟାରକୁ ଘଷି ପୂରା ମଇଳା କାଢନ୍ତୁ । ବାସ୍ ଏତିକି କାମକଲେ ଆପଣଙ୍କ କାର୍ ଚମକିବା ସହିତ ପାଣିର ଖର୍ଚ୍ଚ ମଧ୍ୟ ହେବନାହିଁ ।