ଖରାଦିନେ ନିଜ କାରକୁ କିପରି ରଖିବେ ଥଣ୍ଡା ? ଜାଣନ୍ତୁ କିଛି ଟିପ୍ସ

36

Stay-Cool-In-Your-Car-1ଏବେ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଅସହ୍ୟ ହେଲାଣି ଜୀବନ ଚଳନୀ । ତାହା ସହ ନିତି ବ୍ୟବହାର କରୁଥିବା କାରକୁ କିପରି ଥଣ୍ଡା ରଖିବେ ସେ ଚିନ୍ତା ଅନେକଙ୍କୁ । ଏଥିପାଇଁ କିଛି ଟିପ୍ସ ଦେଉଛୁ ଆପଣଙ୍କୁ –

୧ – କାରକୁ ପ୍ରବଳ ଖରା ପଡୁଥିବା ସ୍ଥାନରେ ପାର୍କିଂ କରନ୍ତୁ ନାହିଁ । ବିଶେଷଜ୍ଞଙ୍କ ମତରେ ଯଦି ଖୋଲା ସ୍ଥାନରେ କାରକୁ ରଖୁଛନ୍ତି ତ ହିଟିଂରୁ ରକ୍ଷା ପାଇଁ କାରର କାଚକୁ ସାମାନ୍ୟ ଖୋଲା ରଖନ୍ତୁ ।

୨ – ଅଧିକାଂଶ ଲୋକ କାରରେ ବସିବା କ୍ଷଣି ଥଣ୍ଡା ପାଇବା ପାଇଁ ସଙ୍ଗେ ସଙ୍ଗେ କାରର ସବୁ ୱିଣ୍ଡୋ ଖୋଲଦିଅନ୍ତି । ଏହା ନକରି ପ୍ରଥମେ ଗରମରୁ ଆଶ୍ୱସ୍ତି ପାଇଁ କାରର ପଙ୍ଖାର ସ୍ପିଡକୁ ବଢାଇଦିଅନ୍ତୁ । ଉପର ଭେଣ୍ଟସକୁ ବନ୍ଦ କରିଦିଅନ୍ତୁ । କାର୍ ଭିତରୁ ଗରମ ପବନ ଥଣ୍ଡା ଲାଗିବା ପରେ ଭେଣ୍ଟସକୁ ବନ୍ଦ କରିଦିଅନ୍ତୁ ।

୩ – କାରକୁ କଭର ଦେଇ ଘୋଡଇ ରଖନ୍ତୁ । କଭର ମଧ୍ୟ କିଛି ମାତ୍ରାରେ କାରକୁ ଥଣ୍ଡା ରଖିବ ।

୪ – କାରରେ ବସିବା କ୍ଷଣି ଯଦି ଏସି ଅନ୍ କରୁଛନ୍ତି , ତ ଏହାକୁ ଫ୍ରେଶ୍ ଏୟାର ମୋଡରେ ରଖନ୍ତୁ । ତାପମାତ୍ରା ଗାଡି ଭିତରେ କମିବା ପରେ ରିସର୍କୁଲେଶନ ମୋଡ୍ ସ୍ୱିଚ ଅନ୍ କରନ୍ତୁ । ଏହା ଦ୍ୱାରା କାର ଥଣ୍ଡା ହେବ ଓ କୈାଣସି ଯାତ୍ରିକ ତ୍ରୁଟି ବାହାରିବ ନାହିଁ ।

୪ – ଗରମ ଦିନରେ କାରରେ ୨/୩ଟି ଟାୱେଲ୍ ରଖିବା ଆବଶ୍ୟକ । ସିଟ୍ ଓ ଷ୍ଟିୟରିଂ ଉପରେ କାର୍ ଉପଯୋଗୀ ଟାୱେଲ ବ୍ୟବହାର କରି ଆପଣ ଆପଣଙ୍କ କାରକୁ ଥଣ୍ଡା ରଖିପାରିବେ ।

୫- ୱିଣ୍ଡୋ ଟିଣ୍ଟ୍ ବ୍ୟବହାର କରନ୍ତୁ । ଏହା ଏକ ପ୍ରକାର କଭର ଯାହାକୁ କାରର ୱିଣ୍ଡୋରେ ଚଡାଇବାକୁ ହୋଇଥାଏ । ଏହା ବାହାରର ତାତିକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ ।