କାରକୁ ଧକ୍କା ଦେଇଛି ଘୋଡା । ସାମନା କାଚ ଭାଙ୍ଗି କାର ଭିତରକୁ ପଶିଗଲା ଘୋଡ଼ା । ଏହି ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶନିବାର ଅପରାହ୍ନରେ ରାଜସ୍ତାନ ଜୟପୁରର ସିଭିଲ୍ ଲାଇନ୍ସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭିଡ଼ିଓରେ ଦେଖାଯାଉଛି ଘୋଡ଼ାଟି କାରର ସାମନା ପଟ କାଚ ଭାଙ୍ଗି ଭିତରକୁ ପଶିଯାଇଛି । ଆଉ ଲୋକମାନେ ଘୋଡ଼ାକୁ ଟାଣି ବାହାର କରୁଛନ୍ତି ।

କାରର ହର୍ଣ୍ଣ ଶୁଣି ଘୋଡ଼ାଟି ତରକି ଯାଇଥିଲା । ଆଉ କାର ସହ ଦୁର୍ଘଟଣା ଘଟାଇଥିଲା । କାରଟି ଦ୍ରୁତ ଗତିରେ ଯାଉଥିବାରୁ ଘୋଡ଼ାଟି ସାମନା ପଟୁ କାଚ ଭାଙ୍ଗି ଭିତରକୁ ପଶି ଯାଇଥିଲା । ଦୁର୍ଘଟଣାରେ ଉଭୟ ଗାଡି ଚାଳକ ଓ ଘୋଡ଼ା ଆହତ ହୋଇଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –