ଗାଈଙ୍କ ପାଇଁ ହାଇଟେକ୍ ମସାଜ ପାର୍ଲର ! ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା

30

ବୈଜ୍ଞାନିକ ମାନେ ଏବେ ନୂଆ ନୂଆ ଉପାୟ ସବୁ ବାହାର କଲେଣି । ଏମିତି ଏକ ଖବରକୁ ନେଇ ଖୁବ୍ ଚର୍ଚ୍ଚା । ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଗାଈମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯିବ । ଲାଲ୍ ଲାଜପତରାୟ ପଶୁ ଚିକିତ୍ସକ ଓ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଦେଶୀ ଗାଈଙ୍କ ଦୁଗ୍ଧ ଉତ୍ପାଦନ ବଢାଇବାକୁ ଏକ ଲ୍ୟାବ୍ ରିସର୍ଚ୍ଚ ଆରମ୍ଭ କରିଛନ୍ତି ।

ଏଠାରେ ହରିଆଣାର ପ୍ରଥମ ହାଇଟେକ୍ ଗାଈ ଫାର୍ମ ପ୍ରୋଜେକ୍ଟ କାମ ଆରମ୍ଭ ହୋଇଛି । ମେସିନ ଦ୍ୱାରା ସବୁ କାମ କରାଯିବ । ଗାଈମାନଙ୍କର ଏଠାରେ ସ୍ୱତନ୍ତ୍ର ଯତ୍ନ ନିଆଯିବା ସହ ମସାଜ ଠାରୁ ନେଇ ସଫା କରିବା ଓ ଗ୍ରୁମିଂର କାମ ମେସିନ୍ କରିବ । ଗାଈଙ୍କର ଏକ ହାଇଟେକ ମସାଜ ପାର୍ଲର ହେବ । ମେସିନ ଦ୍ୱାରା ଗାଈଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରାଯିବ ଓ ଆବଶ୍ୟକ ମୁତାବକ ଚାରା ଓ ଖାଦ୍ୟ ମେସିନ ଏହି ପଶୁମାନଙ୍କୁ ଯୋଗାଇବ । ସବୁ କଂପ୍ୟୁଟରାଇଜ ହେବ ।