ବଜାରରେ ଅନେକ ସ୍ମାର୍ଟଫୋନ ଖୁବ୍ ମହଙ୍ଗା ! ଜାଣନ୍ତୁ ଏହାର କାରଣ

81

ନିକଟରେ ସ୍ମାର୍ଟଫୋନ ବଜାରରେ ଅନେକ ମହଙ୍ଗା ଫୋନ ଉପଲବ୍ଧ ହୋଇଛି । ଗ୍ରାହକଙ୍କ ଚାହିଦାକୁ ନେଇ ଫୋନ୍ କଂପାନୀମାନେ ମଧ୍ୟ ନିଜର ଏହି ହାଇ-ଏଣ୍ଡ ମଡେଲ ଉପରେ ଫୋକସ୍ କରୁଛନ୍ତି । ଏବଂ ଏହି ମହଙ୍ଗା ଫୋନର ବିକ୍ରିରେ ଯେମିତି ସଂଖ୍ୟା ବଢିଛି , ଗ୍ରାହକମାନେ ମଧ୍ୟ ସେମିତି ଆଗ୍ରହ କରିଛନ୍ତି । ନିକଟରେ ଆପଲ୍ ନିଜର ମହଙ୍ଗା ଫୋନ ଆଇଫୋନ୍ ଏକ୍ସ ଲଂଚ କରିଛି । ଯାହାର ସବୁଠୁ ଶସ୍ତା ଭର୍ସନ ୮୯ହଜାର ଟଙ୍କା ଅଟେ । ଏହା ଆପଲର ଏବେ ସୁଦ୍ଧା ସବୁଠୁ ମହଙ୍ଗା ସ୍ମାର୍ଟଫୋନ  ଅଟେ । ଆପଲ୍ ବ୍ୟତୀତ ଗୁଗୁଲ୍ , ସାମସଙ୍ଗ୍ , ଏଚଟିସି ମଧ୍ୟ ନିକଟରେ ନିଜର ନୂଆ ପ୍ରିମିୟମ୍ ହାଇ-ଏଣ୍ଡ ମହଙ୍ଗା ସ୍ମାର୍ଟଫୋନ୍ ଲଂଚ କରିଛି ।

ବ୍ୟାଟେରୀର କ୍ଷମତା –
ଆଜିକାଲି ସ୍ମାର୍ଟଫୋନର ଗ୍ରାହକମାନେ ଡ୍ୟୁରେବିଲିଟିର ଡିମାଣ୍ଡ କରୁଛନ୍ତି । କରାଯାଇଥିବା ସର୍ଭେରେ ଏହା ଜାଣିବାକୁ ମିଳିଛି ଯେ ପାଖାପାଖି ୫୦ ପ୍ରତିଶତ ସ୍ମାର୍ଟଫୋନ୍ ୟୁଜର୍ସ ଫୋନର ଲଂଗ୍ ବ୍ୟାଟେରୀ ଲାଇଫ୍ ଚାହୁଁଛନ୍ତି । ଏହା ବ୍ୟତୀତ ବହୁ ସଂଖ୍ୟାରେ ୟୁଜର୍ସ ଏମିତି ସ୍କ୍ରିନ୍ ଚାହୁଁଛନ୍ତି ଯାହା କି ଜଲଦି ଭାଙ୍ଗିନଯାଏ ।

ଭଲ କ୍ୟାମେରା –
ଆଜିକାଲି ବହୁ ସଂଖ୍ୟାରେ ୟୁଜର୍ସ ସେଲଫି ନେବାକୁ ପସନ୍ଦ କରୁଛନ୍ତି । ଆଉ ୟୁଜରମାନେ ଭଲ କ୍ୟାମେରା ଥିବା ଫୋନର ଡିମାଣ୍ଡ ମଧ୍ୟ କରୁଛନ୍ତି । ଭଲ କ୍ୟାମେରା ଓ ଉତ୍ତମ ପ୍ରୋସେସର ଥିବା ସ୍ମାର୍ଟଫୋନର ଦାମ୍ ମଧ୍ୟ ବଢୁଛି । ଆମ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରତିଯୋଗୀତା ବଢିଯାଇଛି ।

ସ୍ମାର୍ଟଫୋନର ସୁରକ୍ଷା –
ମହଙ୍ଗା ସ୍ମାର୍ଟଫୋନର ଗ୍ରାହକ ଫୋନର ସୁରକ୍ଷା ପାଇଁ ମଧ୍ୟ ଖୁବ୍ ଚିନ୍ତିତ ଥାଆନ୍ତି । ମହଙ୍ଗା ଫୋନରେ ୱାଟର ପ୍ରୁଫ୍ ଫିଚର ମଧ୍ୟଖୁବ୍ ଚାହିଦା ରହିଛି । ଫୋନରେ ଟିକିଏ ବି ପାଣିି ପଡିଲେ କି ରହିଗଲେ ଖରାପ ହେବାର ସମ୍ଭାବନା ରହିଛି । ଏବଂ ୱାଟର ପ୍ରୁଫ୍ ଟେକଟିକ୍ ର ଫିଚର ଏବେ ସୁଦ୍ଧା କେବଳ ମହଙ୍ଗା ଓ ହାଇ ଏଣ୍ଡ ସ୍ମାର୍ଟଫୋନ ରେ ହିଁ ମିଳୁଛି ।ଏହା ନୁହେଁ ଯେ କେବଳ ଆପଲ୍ ର ସ୍ମାର୍ଟଫୋନ୍ ମହଙ୍ଗା ହୋଇଛି । ଆଜିକାଲି ଆଣ୍ଡ୍ରଏଡ୍ ପ୍ଲାଟଫର୍ମ ରେ ଚାଲୁଥିବା ହାଇ ଏଣ୍ଡ ସ୍ମାର୍ଟଫୋନ ର ଦାମ୍ ମଧ୍ୟ ଅଧିକ ରହିଛି ।