ଦୀର୍ଘ ୨୦ ବର୍ଷର ସଫଳ ଅଭିଯାନର ଅନ୍ତ ! ଅନ୍ତରୀକ୍ଷ ଯାନ ‘କାସିନି’କୁ ଶନି ବଳୟରେ ବିଲୟ କରାଇଲେ ବୈଜ୍ଞାନିକ

139

Cassini the Grand Finaleଶନି ଅଭିଯାନର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଶେଷ ହୋଇଛି । ଶନିର ବଳୟରେ କ୍ୟାସିନି ସ୍ପେଶକ୍ରାଫ୍ଟକୁ ବିଲୟ ଘଟାଇ ଦେଇଛନ୍ତି ନାସାର ବୈଜ୍ଞାନିକ । ‘କାସିନି’ହିଁ ସୌରମଣ୍ଡଳର ସବୁଠୁ ସୁନ୍ଦର ଗ୍ରହ ଶନିର ଫଟୋ ପଡାଇଥିଲା । ଶନିର ଦୁଇ ପ୍ରାକୃତିକ ଉପଗ୍ରହ ଟାଇଟାନ ଓ ଏନକ୍ଲାଡସ ସଂପର୍କରେ ତଥ୍ୟ ଦେଇଥିଲା ‘କାସିନି’ । ହେଲେ ୨୦ ବର୍ଷର ଅଭିଯାନ ପରେ ଏହାର ଇନ୍ଧନ ସରି ଆସିବାରୁ ଏହାକୁ ଶନି ବଳୟରେ ବିଲୀନ କରିଦେବାକୁ ନିଷ୍ପତି ନେଇଥିଲେ ବୈଜ୍ଞାନିକ ।

ଅକ୍ଟୋବର ୧୫, ୧୯୯୭ । ଭୂପୃଷ୍ଠରୁ ଶନି ଅଭିମୁଖେ ଯାତ୍ରା ଆରମ୍ଭ । ୨୦ ବର୍ଷ ତଳେ ଶନି ଅଭିଯାନ ପାଇଁ ନାସା ପ୍ରେରଣ କଲା କ୍ୟାସିନି ସ୍ପେଶକ୍ରାଫ୍ଟ । ଜୁନ ୩୦, ୨୦୦୪ । ଶନି କକ୍ଷପଥରେ ପ୍ରବେଶ କଲା ‘କାସିନି’। ନାସାର ଏହି ମିସନ ସଫଳ ହେଲା ଯେତେବେଳେ ୭ ବର୍ଷ ସମୟ ପରେ ଶନି ଚାରିପଟେ ଘୁରିବା ଆରମ୍ଭ କଲା ଏହି ସ୍ପେଶ କ୍ରାଫ୍ଟ ।  ଜାନୁଆରୀ ୧୪, ୨୦୦୫ ମସିହା । ‘ଟାଇଟାନ’କୁ ଠାବ କଲା କ୍ୟାସିନି। ଶନିର ଉପଗ୍ରହ ଟାଇଟାନକୁ ସ୍ପେଶ କ୍ରାଫ୍ଟ ଠାବ କରିବା ପରେ ଏହି ମିସନର ସଫଳତା ଆକାଶଛୁଆଁ ହୋଇଥିଲା ।

after13lucky୧୩ ବର୍ଷ ଧରି ଶନି ଗ୍ରହ ସଂପର୍କରେ ଗୋଟିଏ ଗୋଟିଏ ତଥ୍ୟ ଦେଇଚାଲିଲା ‘କାସିନି’ । ଆଜି ଆମେ ଶନି ଗ୍ରହର ଯେଉଁ ସୁନ୍ଦରତମ ବଳୟର ଫଟୋ ଦେଖୁଛେ ତାହା ହେଉଛି ‘କାସିନି’ର ଅବଦାନ । ୧୩ ବର୍ଷରେ ୨୯୩ ଥର ଶନି ଚାରିପଟେ ପରିକ୍ରମା କରି ଏହି ସ୍ପେଶକ୍ରାଫ୍ଟ । ୪ ଲକ୍ଷ ଫଟୋ, ୬୦୦ ଜିବିର ଡାଟା ପୃଥିବୀକୁ ପଠାଇଛି ‘କାସିନି’। ଶନିର ଦୁଇ ପ୍ରାକୃତିକ ଉପଗ୍ରହ ଟାଇଟାନ ଓ ଏନକ୍ଲାଡସ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ଏହି ମିସନରେ । ଶନିର ମୁନ୍ ସିଷ୍ଟମ, ଆଉ ଏକ ଛୋଟ ସୋଲାର ସିଷ୍ଟମ ଭଳି କାମ କରୁଥିବା ଜାଣିବାକୁ ମିଳିଥିଲା ଗବେଷଣାରୁ । ଶନିର ବଳୟ ଧୂଳିକଣା ଓ ଧୂଆଁରେ ଭର୍ତି ହୋଇଥିବା ଜଣାଇଥିଲା ‘କାସିନି’ । ଟାଇଟାନରେ ଥିବା ମିଥେନ ଗ୍ୟାସ ଏବଂ ଏନକ୍ଲାଡସରେ ଲୁଣ ପାଣିର ଉତ୍ସ ସଂପର୍କରେ ସନ୍ଧାନ ମିଳିଥିଲା । ତେବେ ଏଠାରେ ଜୀବଜଗତ ରହିଛି କି ନାହିଁ ସେ ସଂପର୍କରେ ତଥ୍ୟ ଦେବାକୁ ‘କାସିନି’ରେ ବ୍ୟବସ୍ଥା ନଥିଲା ।
ଏତେ ବଡ଼ ମିସନ କାହିଁକି ଶେଷ ହେଲା?

20170915-Cassini-Congrats-678x447କ୍ୟାସିନି ସ୍ପେଶକ୍ରାଫ୍ଟରେ ଇନ୍ଧନ ସରି ଆସୁଥିଲା । ରେଡିଓ ଆଇସୋଟପ୍ ଥର୍ମୋଇଲେକଟ୍ରିକ୍ ଜେନେରେଟର ମୁଖ୍ୟ ଇଂଜିନକୁ ଇନ୍ଧନ ଯୋଗାଉଥିଲା । ଧିରେ ଧିରେ ଇନ୍ଧନ ସରି ଆସୁଥିବା ଜଣାପଡିଥିଲା । ଏହା ଟାଇଟାନ ପୃଷ୍ଠରେ ପିଟି ହେବା ପୂର୍ବରୁ ଏହି ମିସନକୁ ଶେଷ କରିବାକୁ ନିଷ୍ପତି ନେଇଥିଲେ ବୈଜ୍ଞାନିକ । ‘କାସିନି’ର ୨୦ ବର୍ଷର ଅଭିଯାନ । ଶେଷ ଥର ପାଇଁ ନାସା ରେକର୍ଡ କରିଥିଲା ‘କାସିନି’ର ସିଗନାଲ । ଏହା ସହ ଶେଷ ହୋଇଥିଲା ମହାକାଶ ବିଜ୍ଞାନର ଏକ ଗୌରବମୟ ଅଧ୍ୟାୟ ।