ହନୁମାନ କରାନ୍ତି ବିବାହ ! ପ୍ରେମୀ ଯୁଗଳଙ୍କ ଜମେ ଭିଡ

25

ଅହମ୍ମଦାବାଦ : ପ୍ରେମରେ ସବୁବେଳେ ଥାଏ ପ୍ରତିବନ୍ଧକ । ଆଉ ଯେତେବେଳ ପରିବାର ଲୋକେ ସମର୍ଥନ ଦିଅନ୍ତିନାହିଁ ପ୍ରେମୀ ଯୋଡିଙ୍କ ବଢିଯାଏ ଅସୁବିଧା । କେମିତି କରିବେ ବିବାହ ଓ କେମିତି ବିତେଇବେ ସାଥୀ ହୋଇ ଜୀବନ ? ଏହା ଖୁବ୍ ଚିନ୍ତାରେ ପକାଏ । ହେଲେ ଏମିତି ପରିସ୍ଥିତିକୁ ସୁଧାରିବା ପାଇଁ ଅହମ୍ମଦାବାଦରେ ଅଛି ଏକ ହନୁମାନଜୀ ମନ୍ଦିର । ଯେଉଁଠି ଏହି ପ୍ରେମୀ ଯୋଡିଙ୍କ ହୁଏ ବିବାହ । ଆଉ ଏଥିପାଇଁ ଏଠାର ଏହି ହନୁମାନଜୀ ଖୁବ୍ ଲୋକପ୍ରିୟ ।

ସୂଚନା ଅନୁସାରେ , ଅହମ୍ମଦାବାଦର ଏହି ହନୁମାନ ମନ୍ଦିର ପ୍ରେମ ବିବାହ ପାଇଁ ସାଜିଛି ମାଧ୍ୟମ । ଦୁହେଁ ଦୁହିଁଙ୍କର ଜୀବନ ସାଥୀ ହେବା ପାଇଁ ଘର ଛାଡିଥିବା ପ୍ରେମୀ ଏଠାକୁ ଆସିଥାନ୍ତି । ବିବାହ କରିଥାନ୍ତି ଏହି ମନ୍ଦିରରେ । ଆଜିଯାଏ ଏହି ମନ୍ଦିରରେ ୧୦ ହଜାରରୁ ଅଧିକ ବିବାହ ହୋଇସାରିଲାଣି । ମନ୍ଦିରରେ ବିବାହ ପାଇଁ ସବୁ ପ୍ରକାର ସୁବିଧା ରହିଛି । ପ୍ରତିବର୍ଷ ଭାଲେଣ୍ଟାଇନ ଡେ’ରେ ବିବାହ ଇଚ୍ଛା ରଖିଥିବା ଯୁବକ-ଯୁବତୀ ବହୁତ ସଂଖ୍ୟାରେ ଏଠାକୁ ଆସିଥାନ୍ତି । ଚିର ବ୍ରହ୍ମଚାରୀ ଥିବା ହନୁମାନ କିନ୍ତୁ ଏଠାରେ ଚିର ଜୀବନ ସାଥୀ ହେବା ପାଇଁ ଆର୍ଶିବାଦ ଦେଇଥାନ୍ତି ।