ପ୍ରେମିକାଙ୍କୁ ଫୁଲ ଭାବି କୋବି ଦେଲେ ପ୍ରେମିକ ! ସୋସିଆଲ ମିଡିଆରେ ଭାଇରାଲ ଉପହାର

64

ଟେକ୍ସାସ : ପ୍ରେମିକାଙ୍କୁ ଖୁସି କରିବା ପାଇଁ ପ୍ରେମିକମାନେ ଦେଇଥାନ୍ତି ଫୁଲ ଉପହାର । ହେଲେ ଅଜାଣତରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଫୁଲ ବଦଳରେ ଏକ କୋବି ଦେବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଟେକ୍ସାସରେ ରହୁଥିବା ଜେମରକସ୍ ନାମକ ଜଣେ ଯୁବକ ତାଙ୍କ ପ୍ରେମିକା ଜୋଲିନଙ୍କ ପାଇଁ ଖୁସିରେ ଆଣିଥିଲେ ଏକ ଫୁଲ ତୋଡା । ଏହା ସେ ପ୍ରେମିକାଙ୍କୁ ଉପହାର ଦେଇଥିଲେ । ପ୍ରେମିକା ଜଣକ ଏହି ଉପହାର ଦେଖି ନିଜ ହସକୁ ରୋକି ପାରିନଥିଲେ । କାରଣ ତାଙ୍କ ପ୍ରେମିକ ଯେଉଁ ଫୁଲ ଦେଇଥିଲେ ତାହା ଥିଲା ଏକ ଭିନ୍ନ ପ୍ରଜାତିର କୋବି । ଏହାକୁ ବଡ ବଡ ରେସ୍ତୋରାଁରେ ସାଲାଡ୍ ଭାବେ ବ୍ୟବହାର କରାଯାଏ । ପ୍ରେମିକା ଜଣକ ଏହି ଫଟୋଟିକୁ ମଧ୍ୟ ସୋସିଆଲ ସାଇଟରେ ସେୟାର କରିଥିଲେ । ଜେମରକସଙ୍କ କହିବା ଅନୁସାରେ , ‘ମୁଁ ପୂର୍ବରୁ ଏଭଳି ଫୁଲ ଦେଖିନଥିଲି । ଏଣୁ ଏହାକୁ ଫୁଲ ଭାବି ଆଣିଥିଲି ’ । ଏକଥାକୁ ନେଇ ଦୁହେଁ ଖୁବ୍ ହସିଥିଲେ ।