କେଉଁଠି ଲୁଚିଛି ବାବା ରାମରହିମଙ୍କ ପାଳିତ ଝିଅ ? ପୋଲିସ ପାଇଁ ମୋଷ୍ଟ ୱାଂଟେଡ୍ ଥିବା ହନିପ୍ରୀତ ଏବେ ନେପାଳରେ ଲୁଚିଥିବା ସନ୍ଦେହ

41

honeypreetaକନକ ବ୍ୟୁରୋ : ବିଦେଶରେ ବାବାଙ୍କ ଲାଡଲି । ବଳାତ୍କାର ମାମଲାରେ ବାବା ରାମରହିମ ଗିରଫ ହେବା ପରଠାରୁ ପାଳିତା ଝିଅ ହନିପ୍ରୀତଙ୍କ ମିଳୁନି ପତ୍ତା । ବାବାଙ୍କୁ ହାଇଜାକ ଷଡଯନ୍ତ୍ର ଅଭିଯୋଗରେ ଦେଶଦ୍ରୋହ ମାମଲା ଲଗାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ହରିଆଣା ପୋଲିସ । ମିଳିଥିବା ସୂଚନା ଅନୁସାରେ ନେପାଳ ସୀମାନ୍ତ ଗୁରୁଗ୍ରାମରେ ହନିପ୍ରୀତ ଓ ଡେରା ପିଆରଓ ଆଦିତ୍ୟ ଇନସାନଙ୍କୁ ଶେଷଥର ପାଇଁ ଦେଖାଯାଇଥିଲା । ଆଉ ବିଦେଶ ଖସିଯିବା ପାଇଁ ହନିପ୍ରୀତ ଯୋଜନା ଚଳାଇଥିବା ପୋଲିସ ଅନୁମାନ କରୁଛି । ଏପରି ସ୍ଥିତିରେ ହନିପ୍ରୀତକୁ ମୋଷ୍ଟ ୱାଂଟେଡ୍ ତାଲିକାଭୁକ୍ତ କରିଛି ହରିଆଣା ପୋଲିସ୍ ।

ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଫିଟିବାରେ ଲାଗିଛି ବାବା ରାମରହିମଙ୍କ ଗୁମର । ବାବାଙ୍କ ଅନେକ କଳା କାରନାମା ପଛରେ ତଥାକଥିତ ପାଳିତା ଝିଅ ହନିପ୍ରୀତଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ବାବାଙ୍କୁ ଫେରାର କରିବାକୁ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ବି ରହିଛି ହନିପ୍ରୀତଙ୍କ ନାଁ ।

1504260805-1760ପୂର୍ବରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିବା ହରିଆଣା ପୁଲିସ୍ ଜାରି କରିଛି ୪୩ ଜଣ ଷଢ଼ଯନ୍ତ୍ରକାରୀଙ୍କ ତାଲିକା । ଏହି ତାଲିକାର ସବୁଠୁ ଉପରେ ଅଛନ୍ତି ବଳାତ୍କାରୀ ବାବାଙ୍କ ତଥାକଥିତ ପାଳିତା ଝିଅ ହନିପ୍ରୀତ ଇନସାନ୍ । ତା ପଛକୁ ଅଛନ୍ତି ବାବାଙ୍କ ଘନିଷ୍ଠ ସହଯୋଗୀ ତଥା ଡେରା ପ୍ରବକ୍ତା ଆଦିତ୍ୟ ଇନସାନ୍ । ହନିପ୍ରୀତଙ୍କ ବିରୁଦ୍ଧରେ ବାବାଙ୍କୁ ଫେରାର କରିବାକୁ ଚକ୍ରାନ୍ତର ଅଭିଯୋଗ ଥିବା ବେଳେ ଆଦିତ୍ୟଙ୍କ ବିରୁଦ୍ଧରେ ହିଂସାକାଣ୍ଡ ପାଇଁ ଅନୁଗାମୀଙ୍କୁ ପ୍ରବର୍ତ୍ତାଇବାର ଆରୋପ ରହିଛି । ଉତ୍ତର ପ୍ରଦେଶ ରାସ୍ତା ଦେଇ ହନିପ୍ରୀତ ନେପାଳ ଚାଲିଯାଇଥିବା ହରିଆଣା ପୁଲିସ ସନ୍ଦେହ କରି ହାଇ ଆଲର୍ଟ ଜାରି କରିଛି । ୨୩ ଦିନ ପରେ ମଧ୍ୟ ହନିପ୍ରୀତଙ୍କ କୌଣସି ଖବର ମିଳି ପାରିନାହିଁ ।

honeypreet-insan-ram-rahim_650x400_51505710681ହନିପ୍ରୀତଙ୍କ ମୂଳ ନାଁ ହେଉଛି ପ୍ରିୟଙ୍କା ତନେଜା । ହରିୟାଣାର ହିସାର ନିବାସୀ ପ୍ରିୟଙ୍କା ବାବାଙ୍କ ପାଖକୁ ଆସନ୍ତି ଶ୍ୱଶୁର ଘର ଯୌତୁକ ନିର୍ଯାତନାର ଅଭିଯୋଗ ସହ । ୨୦୦୯ ମସିହା । ବାବା ପାଳିତା ଝିଅ ହିସାବରେ ଗ୍ରହଣ କରିବା ସହ ତାଙ୍କୁ ନୂଆ ନାଁ ଦିଅନ୍ତି ହନିପ୍ରୀତ ଇନସାନ୍ । ୨୦୧୨ ମସିହା । ବାବା ହନିପ୍ରୀତଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ ସହ କୋର୍ଟରେ ମାମଲା ଦାୟର କରନ୍ତି ତାଙ୍କ ସ୍ୱାମୀ । ପରେ ରାମରହିମଙ୍କ ଚାପ ଯୋଗୁ ସେ ମାମଲା ପ୍ରତ୍ୟାହାର କରିବା ମଧ୍ୟ ଆସେ ସାମ୍ନାକୁ । ତେବେ ମାମଲାର ସମାଧାନ ପରେ ଆଉ ଘରକୁ ଫେରନ୍ତି ନାହିଁ ବାବାଙ୍କ ଲାଡଲି ।

ଅଡ଼ିଓ ରିଲିଜ୍ ପାର୍ଟି ହେଉ କିମ୍ବା ଫିଲ୍ମ ପ୍ରିମିୟର୍ ବାବା ରାମରହିମଙ୍କ ଛାଇ ପରି ରହୁଥିଲେ ହନିପ୍ରୀତ । ଫିଲ୍ମ ନିର୍ମାଣର ସବୁକିଛି ଥିଲା ତାଙ୍କ ନିୟନ୍ତ୍ରଣରେ । ବାବାଙ୍କ ପାଇଁ ନିଜ ପରିବାର ସଦସ୍ୟଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲେ ବାବାଙ୍କ ଏହି ପାଳିତା ଝିଅ । ଯେଉଁ କାରଣରୁ ରାମରହିମ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ତାଙ୍କୁ ଫେରାର୍ କରିବାକୁ ଚକ୍ରାନ୍ତ କରିଥିଲେ ହନିପ୍ରୀତ । ବାବାଙ୍କୁ ଫେରାର କରିବା ପାଇଁ ଏକ ନାଲି ବ୍ୟାଗ ବ୍ୟବହାର କରାଯାଇ ଥିଲା ଯାହା ରହିଥିଲା ହନିପ୍ରୀତଙ୍କ ହାତରେ । ରେଡ୍ ବ୍ୟାଗକୁ ସଙ୍କେତ ହିସାବରେ ବ୍ୟବହାର କରାଯାଇ ବାବାଙ୍କୁ କୋର୍ଟରୁ ଗାୟବ କରିବାକୁ ରଚିଥିଲେ ବ୍ଲୁ ପ୍ରିଂଟ୍ । ତେବେ ସଫଳ ହୋଇନଥିଲା ହନିପ୍ରୀତଙ୍କ ଉଦ୍ଦେଶ୍ୟ । ଏବେ ଫେରାର୍ ହନିପ୍ରୀତଙ୍କୁ ଗିରଫ ପାଇଁ ପୁଲିସ ଜୋରଦାର କରିଛି ତଦନ୍ତକୁ ।

honeypreet-insaan-twitter-2ଭାରତ – ନେପାଳ ବର୍ଡରରେ ମୁତୟନ ରହୁଥିବା ଭାରତୀୟ ଯବାନ ଏବେ ଜଙ୍ଗଲରେ ,ସବୁଠି ଛାନଭିନ୍ କରୁଛନ୍ତି । ନେପାଳ ସୀମାକୁ ଲାଗି ରହିଥିବା ବିହାରର କେତେକ ଜିଲ୍ଲାରେ ପୋଲିସ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ରାମରହିମଙ୍କ ଗିରଫ ହେବା ପରଠାରୁ ହିଁ ଫେରାର୍ ହୋଇଥିବା ହନିପ୍ରୀତ ବିହାର ସୀମା ଦେଇ ନେପାଳ ଖସି ଯାଇଥିବା ହରିୟାଣା ପୋଲିସ୍ ଅନୁମାନ କରୁଛି । ନଚେତ୍ ବିହାର କିମ୍ବା ଉତ୍ତର ପ୍ରଦେଶ ସୀମା ଦେଇ ନେପାଳ ଖସି ଯିବାର ଯୋଜନା କରୁଛି । ସେଥିପାଇଁ ବିହାର ପୋଲିସ ସୀମାବର୍ତି ଅଂଚଳରେ ପୋଲିସ୍ ଛାଉଁଣୀ କରି ଦେଇଛି । ବିହାର ସୀମାରେ ଏସ୍ଏସବିର ଯବାନ ହନିପ୍ରୀତର ତଲାସି କରୁଛନ୍ତି । ଏହାସହ ସୋନବର୍ଷାରୁ ନେପାଳ ଯାଉଥିବା ବର୍ଡର ଉପରେ କଡ୍ଡା ନଜର ରଖିଛି ପୋଲିସ । ସେପଟେ ନେପାଳ ପୋଲିସ ମଧ୍ୟ ହନିପ୍ରୀତର ତଲାସି ଆରମ୍ଭ କରି ଦେଇଛି ।

କେବଳ ବାବାଙ୍କୁ ହାଇଜାକ୍ ପ୍ଲାନ ନୁହେଁ, କୁହାଯାଉଛି ରାମରହିମଙ୍କ ଡେରା ସାମ୍ରାଜ୍ୟର ସମାନ ଭାଗିଦାର ଥିଲେ ହନିପ୍ରୀତ । ସେଥିପାଇଁ ତାଙ୍କୁ ତୁରନ୍ତ କାବୁ କରିବାକୁ ଚାହୁଁଛି ହରିଆଣା ପୋଲିସ । ହେଲେ ପୋଲିସ ଆଖିରେ ଧୂଳିଦେଇ ଫେରାର ହୋଇଯାଇଛନ୍ତି ଏହି ବ୍ୟୁଟି ୱିଥ ବ୍ରେନ୍ । ଗିରଫଦାରିରୁ ବଂଚିବା ପାଇଁ ବାବା ଦୋଷୀ ସାବ୍ୟସ୍ତ ହେବା ଦିନରୁ ବିଦେଶ ଚାଲିଯିବାକୁ ଯୋଜନା ଚଳାଇଛନ୍ତି । କେବେ ପୋଲିସ୍ ହାତରେ ଆସିବ ଏହି ମୋଷ୍ଟ ୱାଂଟେଡ୍ ଆସାମୀ, ତାହା ଉପରେ ସଭିଁଙ୍କ ନଜର ।