ତୁର୍କୀରେ ରୁଷ୍ ରାଜଦୂତଙ୍କୁ ହତ୍ୟା : ସୋସିଆଲରେ ଭାଇରାଲ ହେଲା ଭିଡିଓ

28

2ତୁର୍କୀର ରାଜଧାନୀ ଅଙ୍କାରାରେ ସୋମବାର ରାତିରେ ରୁଷର ରାଜଦୂତଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଜଣେ ୨୨ବର୍ଷୀୟ ହତ୍ୟାକାରୀ ରୁଷ ରାଜଦୂତ ଆନ୍ଦ୍ରେ କାର୍ଲୋଭଙ୍କୁ ପୁରା ପାଖରେ ଥାଇ ଗୁଳିମାରିଛି । କାର୍ଲୋଭ ଦେଶର ରାଜଧାନୀ ଅଙ୍କାରାରେ ଏକ କଳା ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ । ସିରିଆରେ ରୁଷର ଭୂମିକାକୁ ନେଇ ତୁର୍କୀରେ ପ୍ରଦର୍ଶନୀ ହୋଇଥିଲା । ସେଠାରେ ତାଙ୍କ ଉପରକୁ ଅ।।କ୍ରମଣ ହୋଇଥିଲା । କାର୍ଲୋଭ ଏହି ଅ।କ୍ରମଣରେ ଗୁରୁତର ଭାବେ ଆଘାତ ପାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

3ଏହି ଅମାନୁଷିକ ଭାବେ ହତ୍ୟା କରିବାର ଭିଡିଓ ଏବେ ଖୁବ୍ ଭାଇରାଲ ସାଜିଛି ୟୁଟ୍ୟୁବରେ । ପୁରା ଭିଡିଓରେ ହତ୍ୟାକାରୀ ହତ୍ୟା କରିବାର ଦୃଶ୍ୟ କଏଦ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣା ଏକ ଆର୍ଟ ଗ୍ୟାଲେରୀରେ ହୋଇଛି । ଯେଉଁଠି ରୁଷ୍ ରାଜଦୂତର କାର୍ଲୋଭ ଭାଷଣ ଦେଉଥିଲେ । ସେଠାରେ ୨୨ ବର୍ଷୀୟ ଜଣେ ବ୍ୟକ୍ତି ପହଁଛି , ଜୋରରେ ପାଟିକରି ଗୁଳିକରିଥିଲା ଏବଂ କହୁଥିଲା ଅଲେପ୍ପୋକୁ ଭୁଲ ନାହିଁ । ଆମେ ଅଲେପ୍ପୋରେ ମରୁଛୁ । ତୁମେ ଏଠି ମର । ଏହା ପରେ ଅଲ୍ଲା ହୋ ଆକବର କହୁ କାର୍ଲୋଭଙ୍କୁ ଗୁଳି କରିଥିଲା । ତାପରେ କାର୍ଲୋଭ ତଳେ ପଡିଯାଇଥିଲେ । ପୁଲିସ ହତ୍ୟାକାରୀକୁ ଗୁଳି କରି ମାରିଦେଇଛନ୍ତି ।
ଏହାସହ ଦେଖନ୍ତୁ ଏହି ଭିଡିଓ –