ଚମକିବ ମୋଦିଙ୍କ ଗାଁ ,ହେବ ଡିଜିଟାଲ୍ ! ଆରମ୍ଭ ହେଲା ପ୍ରସ୍ତୁତି ପର୍ବ

31

ଗୁଜୁରାଟ ସରକାର ଦିବାଲୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାଁ ବଡ଼ନଗରକୁ ଡିଜିଟାଲାଇଜ୍ କରିବାର ନିଷ୍ପତ୍ତି ନେଇଛନ୍ତି । ବଡ଼ନଗର ମଧ୍ୟରେ ପାଖାପାଖି ୪୩ଟି ଗାଁ ଅଛି । ଡିଜିଟାଲ ଗ୍ରାମ ଯୋଜନା ଅନୁସାରେ ଏହି ସବୁ ଗାଁ ଗୁଡିକ ସୈାରଶକ୍ତି ସଂପନ୍ନ କରାଯିବାର ଯୋଜନା ରହିଛି । ମେହସାନାର ଜିଲ୍ଲାପାଳ ଆଲୋକ ପାଣ୍ଡେ ଏହି ସୂଚନା ଦେଇଛନ୍ତି ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ , କେନ୍ଦ୍ର ସରକାର ସବୁ ଗାଁକୁ ଡିଜିଟାଇଜ କରିବାର ଯୋଜନା ଅନୁସାରେ , ସେମାନେ ବଡ଼ନଗର ଓ ଏହି ଅଂଚଳର ସବୁ ଗାଁକୁ ସୋଲାର ପ୍ୟାନେଲ ଲଗାଇବା ଆରମ୍ଭ କରିଛନ୍ତି । ଆଉ ମଧ୍ୟ ବଡନଗର ରେଳ ଷ୍ଟେସନ ଓ ଶର୍ମିଷ୍ଠା ଲେକ୍ ଭଳି ସବୁ ସାର୍ବଜନୀନ ସ୍ଥଳ ସହ ଅନ୍ୟ ସ୍ଥାନରେ ଫ୍ରି ୱାଇଫାଇର ସୁବିଧା ଶୀଘ୍ର ଆରମ୍ଭ ହେବ । ଏହା ଛଡା ବିଭିନ୍ନ ସରକାରୀ ଯୋଜନାଗୁଡିକ ,ଯଥା ଇ-ଗ୍ରାମ , ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସେବାକୁ ମଧ୍ୟ ଡିଜିଟାଇଜ୍ କରାଯିବ ।

ଗୁଜୁରାଟ ସରକାର ଏହା ବ୍ୟତୀତ ଟେଲି-ଏଜୁକେସନ ଜରିଆରେ ବଡ଼ନଗରର ସ୍କୁଲ୍ ପିଲାଙ୍କୁ ଟ୍ୟୁସନ ଦେବାର ଯୋଜାନ ମଧ୍ୟ କରୁଚନ୍ତି । ରୋଜଗାର ସମ୍ବନ୍ଧୀୟ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଖୋଲା ଯିବ । ଏହାସହ ବଡ଼ନଗରରେ ଏକ ନୂଆ ମେଡିକାଲ୍ କଲେଜର ଉଦଘାଟନ କରାଯିବ ।