ଛାଡନ୍ତୁନି ସୁବର୍ଣ୍ଣ ସୁଯୋଗ ! ଆଉ ଗୋଟେ ମାସ ବାକି , ଜୁଲାଇ ୧ ପୂର୍ବରୁ କିଣି ନିଅନ୍ତୁ ଶସ୍ତାରେ ଏସି, ଟିଭି ଓ ଫ୍ରିଜ୍

30

ଜିଏସଟି ବ୍ୟବସ୍ଥାରେ ଟିଭି , ଏସି , ୱାସିଂ ମେସିନ , ରେଫ୍ରିଜରେଟର ଆଦି ଉତ୍ପାଦ ମହଙ୍ଗା ହେବ । ସ୍ମାର୍ଟଫୋନ , ଛୋଟ କାର ତଥ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଦି ଶସ୍ତା ହେବ । ଜିଏସଟି ୧ ଜୁଲାଇରୁ ଦେଶରେ ଲାଗୁ ହେବାର ଯୋଜନା ହୋଇଛି । । ଏହା ପୂର୍ବରୁ ଏସବୁ ଜିନିଷକୁ ଆପଣ କିଣି ପାରିବେ ।

ଜିଏସଟି ପରିଷଦ ଦ୍ୱାରା ପାଖାପାଖି ୧,୨୦୦ବସ୍ତୁ ଓ ୫୦୦ ସେବା ଗୁଡିକର ଦରର ଅନ୍ତିମ ରୂପ ଦିଆଯାଇଛି । ଏହି ବିଶ୍ଳେଷଣରୁ ଜଣାପଡିଛି ସାବୁନ ଓ ଦନ୍ତମଂଜନ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଜିଏସଟି ଦ୍ୱାରା ଶସ୍ତା ହେବ । ବିମାନ ଯାତ୍ରା ସହ ଓଲା- ଉବେର ଶସ୍ତା ହେବ । ଘର ମଧ୍ୟ ଶସ୍ତାରେ ମିଳିବ । ସିମେଂଟ ଓ ଆୟୁର୍ବେଦିକ ଔଷଧ , ପୂଜା ସାମଗ୍ରୀ ଓ ଡିଟିଏଚ୍ ସେବା ଆଦି କମ ମୂଲ୍ୟରେ ମିଳିବ । ଜିଏସଟି ବ୍ୟବସ୍ଥାରେ ମହଙ୍ଗା ହେବ ଏସି କାର୍ ଓ ୫ଷ୍ଟାର ହୋଟେଲ୍ ଓ ସୈାର ଶକ୍ତି ସେଲ୍ ଆଦି ହେବ ମହଙ୍ଗା ।