ମିଳିଲାନି ୩ବରକୁ ୩ଟି କାର୍ : ଯୌତୁକ ପାଇଁ ଭାଂଗିଲା ବାହାଘର

30

33କୁହାଯାଏ ବିବାହ ଏକ ପବିତ୍ର ବନ୍ଧନ । ଏହା ସ୍ୱର୍ଗରେ ସ୍ଥିର ହୋଇଥାଏ । ହେଲେ କିଛି ଅର୍ଥ ସ୍ୱାର୍ଥ ପାଇଁ ଯେ ଏହି ପବିତ୍ର ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡେ । ଯୌତୁକ ଜୁଇରେ ଜଳିଯାଏ ଗୋଟେ ଝିଅର ଆଶା ଓ ସୁନ୍ଦର ସ୍ୱପ୍ନ । ଏମିତି ଅନେକ ଘଟଣା ଦେଖିବାକୁ ମିଳେ । ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ଖବର ଏବେ ଚର୍ଚ୍ଚାରେ ।

ଗ୍ରେଟର ନୋଏଡାର ଦାଦରୀ କୋତବାଲି ଅଂଚଳରେ ଘଟିଡଛି ଏମିତି ଘଟଣା । ତିନି ଜଣ ଭଉଣୀ ଏକା ସାଥିରେ ବାହା ହେଉଥିଲେ । ବର ମଧ୍ୟ ଥିଲେ ତିନି ଜଣ । ସେମାନେ ହେଲେ ଦୁଇ ଭାଇ ଓ ଜଣେ ସଂପର୍କୀୟ ଭାଇ । ସେମାନେ ଏକାଠି ରୁହନ୍ତି ।

unique-effort-to-end-child-marriage-and-dowryଗତ ଶୁକ୍ରବାର ଦିନ ରାଜା ରାମପୁର ଗାଁରେ ମହାଆଡମ୍ବରରେ ଚାଲିଥିଲା ବାହାଘର । କନ୍ୟା ସାଜିଥିଲେ ୩ ଭଉଣୀ ଏବଂ ବର ସାଜିଥିଲେ ୩ ଜଣ ଭାଇ । ହେଲେ ହଠାତ୍ ବର ୩ଜଣ ବାହା ହେବାକୁ ମନା କଲେ । ୩ଜଣ ବର ଯୈାତୁକରେ ୩ଟିକାର ନେବାକୁ ଜିଦ୍ ଧରିଲେ । ବର ଓ ବରଯାତ୍ରୀମାନେ ହୋହାଲ୍ଲା ଓ ମାଡପିଟି ଆରମ୍ଭ କରିଦେଲେ । ଏଥିରେ ବ୍ୟଥିତ ହୋଇ କନ୍ୟା ପକ୍ଷରଲୋକେ ଝିଅ ବାହାଘର ଭାଂଗିବାକୁ ସ୍ଥିର କଲେ ।

44ପଂଚାୟତ ବସାଗଲା । ବର ପକ୍ଷକୁ ଜୋରିମନା କରାଗଲା । ୧୦ ଲକ୍ଷ ଟଙ୍କା ଦେବାପାଇଁ ପଂଚାୟତରେ ସ୍ଥିର ହେଲା ଏବଂ ଝଗଡାର ପଛରେ ବର ମଦ୍ୟପାନ କରିଥିବାରୁ ଏମିତି ହୋଇଛି ବୋଲି ଶୁଣିବାକୁ ମିଳିଛି । ଦାଦରୀ ପୁଲିସ ପହଂଚି ବର ୩ଜଣଙ୍କୁ ଓ କିଛି ବରଯାତ୍ରୀକୁ ଗିରଫ କରିଛି ।