ଗୋପବନ୍ଧୁଙ୍କ ନାଁରେ ନାମିତ ହେଲା ମୁମ୍ବାଇ ରାସ୍ତା !

103

କନକ ବ୍ୟୁରୋ : ଏହା ନିଶ୍ଚୟ ଏକ ସୁଖବର ସମଗ୍ର ଓଡିଶାବାସୀଙ୍କ ପାଇଁ । ଏଇଥିପାଇଁ ଯେ ମୁମ୍ବାଇର ୱେଷ୍ଟ ମୁଳୁନ୍ଦ ମେହୁଲ ସର୍କଲ ରାସ୍ତା ନାମିତ ହୋଇଛି ଉତ୍କଳମଣି ଗୋପବନ୍ଧୁଙ୍କ ନାଁରେ । ଯିଏ କି ଜଣେ ଉତ୍କଳମଣି ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ଘରେ ଘରେ ପରିଚିତ ।

ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମଦିନ ଅବସରରେ ସ୍ଥାନୀୟ ନେତା ଶ୍ରୀ ମନୋଜ କୋଟକ ଓ ଶ୍ରୀ ପ୍ରକାଶ ଗଙ୍ଗାଧର ଏହାକୁ ଉଦଘାଟନ କରିଛନ୍ତି । ପ୍ରାଥମିକ ଭାବେ ବିଜେପି ମୁମ୍ବାଇ ଓଡିଆ ସେଲ୍ ଅନୁରୋଧ କରିଥିଲେ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନକୁ ଯେ, ଗୋପବନ୍ଧୁଙ୍କ ନାମରେ ଏକ ରାସ୍ତାକୁ ନାମିତ କରିବାକୁ । ବର୍ତ୍ତମାନ ରାଜଧାନୀର ସିଭିକ ବଡି ,ବିଏମସି ତାଙ୍କର ଅନୁରୋଧକୁ ସ୍ୱାଗତ କରିଛନ୍ତି । ଏବଂ ‘ସ୍ୱତନ୍ତ୍ର ସେନାନୀ ଉତ୍କଳମଣି ଗୋପବନ୍ଧୁ ଦାସ ରୋଡ’ ନାମରେ ନାମିତ କରିଛନ୍ତି ମୁମ୍ବାଇର ସେହି ରାସ୍ତାକୁ ।

ଗୋପବନ୍ଧୁ ଦାସ ଜଣେ ସାମାଜିକ କର୍ମୀ , ସ୍ୱାଧୀନତା ସଂଗ୍ରାମୀ , ରାଜନୈତିକ ,ସାମ୍ବାଦିକ , କବି ,ଲେଖକ ଭାବେ ଲୋକଙ୍କ ଭିତରେ ଖୁବ୍ ଜଣାଶୁଣା । ଆଉ ଏହି ମହାନ ବ୍ୟକ୍ତିଙ୍କ ନାମରେ ମୁମ୍ବାଇର ରୋଡ ନାମିତ ହୋଇଥିବାରୁ ରାଜ୍ୟ ତଥା ଦେଶରେ କୋଟି କୋଟି ଜନତା ଖୁସି ଅନୁଭବ କରିଛନ୍ତି । ଆଉ ଏପରି ଉଦ୍ୟମକୁ ସ୍ୱାଗତ କରିଛନ୍ତି ।

(ସୌଜନ୍ୟ- ଇନକ୍ରେଡିବ୍ଲ ଓରିିଶା)