ହ୍ୱିଲଚେୟାର ବ୍ୟବହାର କରୁଛି ମାଛ ! ସୋସିଆଲରେ ଭିଡିଓ ଭାଇରାଲ୍

57

ଅସୁସ୍ଥତା କିମ୍ବା ଅସୁବିଧା କାରଣରୁ ଲୋକେ ହ୍ୱିଲଚେୟାରର ସାହାରା ନେଇଥାନ୍ତି । ହେଲେ ଏକ ଗୋଲ୍ଡ ଫିସ୍ କେବେ ହ୍ୱିଲଚେୟାର ବ୍ୟବହାର କରୁଥିବାର ଶୁଣିଛନ୍ତି କି ? କିନ୍ତୁ ଏକଥା ସତ । ଏକ ଗୋଲ୍ଡ ଫିସ୍ ବ୍ୟବହାର କରୁଛି ହ୍ୱିଲଚେୟାର । ୟୁ ଟ୍ୟୁବରେ ଏହି ଭିଡିଓ ଭାଇରାଲ ସାଜିଛି ।

ପ୍ରକାଶିତ ସୂଚନା ଅନୁସାରେ, ସାନ୍ ଆଣ୍ଟୋନିଓର ଏକ ଆକ୍ୱାରିୟମ ଷ୍ଟୋରରେ କାମ କରୁଥିବା ୧୯ ବର୍ଷିୟ ଯୁବକ ଟେଲର ଡିନ୍ ଏହି ଭିଡିଓ ସେୟାର କରିଛନ୍ତି । ଟେଲରଙ୍କ ନିକଟକୁ ଜଣେ ଗ୍ରାହକ ତାଙ୍କ ରୋଗଗ୍ରସ୍ତ ଗୋଲ୍ଡ ଫିସକୁ ନେଇ ଆସିଥିଲେ । ଏହି ମାଛଟି ଅସୁସ୍ଥତା କାରଣରୁ ପହଁରି ପାରୁନଥିଲା । ମାଛର ଏକ ହ୍ୱିଲଚେୟାର ତିଆରି କରିଥିଲେ । ଏହି ଅଭିନବ ହ୍ୱିଲଚେୟାରରେ ବସି ମାଛଟି ଭଲରେ ପହଁରିପାରୁଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ-

ଏହାସହ ଦେଖନ୍ତୁ ଏହି ଭିଡିଓ- ସ୍କୁଲ ଡ୍ରପଆଉଟ୍ ଛାତ୍ର ପଢାଉଛନ୍ତି ସାଇବର ସୁରକ୍ଷା ପାଠ! ସାଜିଛନ୍ତି ଅନେକ ସଂସ୍ଥାର ମାର୍ଗଦର୍ଶକ