ପ୍ରେମିକା ସାଜିଲା ସାପ : ହତ୍ୟା ସନ୍ଦେହରେ ଜେଲ୍ ଗଲେ ଯୁବକ

193

1ଦୁନିଆ ବଦଳିବା ସହ ବଦଳିଚାଲିଛି ଲୋକଙ୍କ ଜୀବନଶୈଳୀ । ବେଳେବେଳ ଅନେକ ଅଦ୍ଭୂତ ଘଟଣା ସବୁ ଆମ ଚାରିପାଖରେ ଘଟୁଛି ଯାହାକୁ ଆମେ ଗପ କିମ୍ବା ଆଈ ମା’ର କାହାଣୀ ଭାବେ ଅନେକ ଶୁଣିଛେ ହେଲେ କିଛି ଅଛି ଏହା ଗପ ନୁହେଁ .ଏକ ସତ୍ୟ ଘଟିତ ଘଟଣା ବୋଲି ଆମେ ମାନିବାକୁ ବାଧ୍ୟ ହୋଇଛେ ।

ଏମିତି ଏକ ଘଟଣା ଘଟିଛି ନାଇଜେରିଆରେ । ଆକ୍ୱା ଆଇବମ୍ ଟ୍ରେଣ୍ଡିଂ ନାମକ ଏକ ନ୍ୟୁଜରେ ପ୍ରକାଶିତ ହୋଇଛି ଏହି ଖବର । ଯାହା ଖୁବ୍ ଚର୍ଚ୍ଚା ପାଲଟିଛି । କିନ୍ତୁ ଏହା ସତ । ନାଇଜେରିଆର ଜଣେ ଯୁବକଙ୍କ ସହ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ।

3ଦିନେ ସେ ନିଜ ପ୍ରେମିକାକୁ ନେଇ ଏକ ହୋଟେଲକୁ ଯାଇଥିଲେ । ସେଠାରେ ଦୁହେଁ ଖୁବ୍ ମଜାମସ୍ତି କଲେ । ବେଡକୁ ଶୋଇବାକୁ ଯାଉଥିବା ବେଳେ ଯାହା ହେଲା, ଏମିତି ଘଟିବ ବୋଲି ଭାବି ନଥିଲେ ଯୁବକ ଜଣକ । ଯେତେବେଳେ ନିଜ ପ୍ରେମିକାର ନିକଟତର ହେଲେ ସେତେବେଳେ ସେହି ଯୁବତୀ ଜଣକ ଏକ ଅଜଗର ସାପର ଶରୀର ଧାରଣ କରିବାକୁ ଲାଗିଲା । ନିଜ ଆଖି ସାମ୍ନାରେ ଏଭଳି ସ୍ଥିତି ଦେଖି ଯୁବକଙ୍କର ବୁଦ୍ଧି ହଜିଗଲା । ଭୟଭୀତ ହୋଇ ଚିଲେଇବା ସହ ରୁମ୍ ଭିତରୁ ବାହାରି ଆସି ସେହି ହୋଟେଲର କର୍ମଚାରୀଙ୍କୁ ଡାକିଲେ । ସେମାନେ ବି ରୁମ ଭିତରକୁ ଆସି ସେୟା ଦେଖିଲେ । ଅଧା ଶରୀର ସର୍ପର ଓ ଅଧା ମଣିଷର ହୋଇ ଯୁବତୀ ଜଣକ ବେଡ୍ ଉପରେ ଶୋଇଥିଲେ ।

ତୁରନ୍ତ ସେମାନେ ସେହି ରୁମକୁ ବନ୍ଦ କରି ପୁଲିସକୁ ଡାକିଥିଲେ । ପୁଲିସ୍ ଆସିବା ବେଳକୁ ସେହି ଅଧା ସର୍ପ ଶରୀରଧାରୀ ଯୁବତୀ ଉଭାନ ହୋଇଯାଇଥିଲେ । ହୋଟେଲ କର୍ମଚାରୀଙ୍କ ସହ ସେହି ଯୁବକ ଜଣକ ଯେତେ ବୁଝାଇଲେ ବି ପୁଲିସ ବିଶ୍ୱାସ କରିନଥିଲା । ଯୁବତୀକୁ ମିଶି ହତ୍ୟା କରିବା ପରେ କେଉଁଠାରେ ଯୁବକ ଜଣକ ଲୁଚାଇଥିବାର ସନ୍ଦେହରେ ପୁଲିସ ଗିରଫ କରିଥିଲା ଯୁବକଜଣକୁ । ଆଉ ଆରମ୍ଭ କରିଥିଲା ଛାନଭିନ୍ ।

ଏହା ସହ ଦେଖନ୍ତୁ – ଅନ୍ଧବିଶ୍ୱାସର ନିଆରା ପରମ୍ପରା : କୁକୁର ସହ ୩ ରୁ ୫ ବର୍ଷର ପିଲାକୁ କରାଯାଏ ବିବାହ