ହିନ୍ଦି ଶବ୍ଦ ଠିକରେ ଲେଖିପାରିଲେନି ଯୁବକ ! ବାହାହେବାକୁ ମନାକରିଦେଲେ ଯୁବତୀ

18

ଉତ୍ତର ପ୍ରଦେଶ ,ମୈନପୁରିରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ବ୍ୟକ୍ତି ‘ପରିଶ୍ରମ’ ଭଳି ଶବ୍ଦକୁ ହିନ୍ଦିରେ ସଠିକ ଭାବେ ଲେଖିନପାରିବାରୁ ବିବାହରେ ପଡିଲା ପୂର୍ଣ୍ଣଚ୍ଛେଦ । ଜଣେ ମହିଳା ବିବାହ କରିବାକୁ ମନା କରିଦେଇଛନ୍ତି ସେହି ବ୍ୟକ୍ତିଙ୍କୁ ।

ସୂଚନା ଅନୁସାରେ , ଏହି ମହିଳା ଜଣକ ୫ ଶ୍ରେଣୀ ଯାଏ ପଢିଛନ୍ତି । ଇଂଟରମିଡିଏଟ ପାସ୍ କରିଥିବା ଜଣେ ବ୍ୟକ୍ତି କିଛି ଶବ୍ଦ ଲେଖିବାକୁ ମହିଳାଙ୍କୁ କହିଲେ । ମହିଳା ଜଣକ ସଠିକ ଭାବେ ଲେଖି ଦେଇଥିଲେ । ହେଲେ ସେହି ବ୍ୟକ୍ତିଙ୍କୁ ମହିଳା ଯେତେବେଳେ କିଛି ଶବ୍ଦ ଲେଖିବାକୁ କହିଲେ ସେ ଲେଖିପାରିନଥିଲେ । ଏଥିରେ ମହିଳା ଜଣକ ନାରାଜ ହୋଇ ବିବାହ କରିବାକୁ ମନାକରିଦେଇଥିଲେ । ଏ ଘଟଣାକୁ ନେଇ ଖୁବ୍ ଅ।ଲୋଚନା ହୋଇଛି ।