ଦିଲ୍ଲୀରେ ୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ : ୩ ଜଣ ଗିରଫ

41

7ଦିଲ୍ଲୀ ପାଲଟିଛି ମହିଳାଙ୍କ ପାଇଁ ଅସୁରକ୍ଷିତ । ନିର୍ଭୟା ଘଟଣାର ୪ବର୍ଷ ପରେ ବି ଆଉ ଏକ ହୃଦୟଥରା ଗଣଦୁଷ୍କର୍ମର ପୁର୍ନରାବୃତି । ଜଣେ ୧୪ ବର୍ଷୀୟ ନାବାଳିକା ଶିକାର ହୋଇଛନ୍ତି ଗଣଦୁଷ୍କର୍ମର । ପୂର୍ବ ଦିଲ୍ଲୀ ଅଂଚଳର ନୂଆ ଅଶୋକ ନଗରଠାରେ ୩ଜଣ ବ୍ୟକ୍ତି ଘଟାଇଛନ୍ତି ଏମିତି କାଣ୍ଡ ।

ଏହି ୩ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସକୁ ପୀଡିତାର ବୟାନ ଅନୁସାରେ ପୀଡିତା ଜଣକ ବିହାରରୁ ଦିଲ୍ଲୀ ଆସିଥିଲେ । ଏକ ଦୁର୍ଘଟଣା ଯୋଗୁଁ ଶଯ୍ୟାଶାୟୀ ହୋଇଥିବା ନିଜ ସଂପର୍କୀୟଙ୍କୁ ଦେଖାଶୁଣା କରୁଥିଲେ ପୀଡିତା ଜଣକ । ଗୁରୁବାର ରାତି ୯ଟା ବେଳେ ଘରୁ ଦୁଇଜଣ ତାଙ୍କୁ ଟାଣି ନେଇଥିଲେ । ଉପର ମହଲାରେ ଏକ କୋଠରୀକୁ ନେଇ ସେଠାରେ ଥିବା ଆଉ ଜଣେ ବ୍ୟକ୍ତି ମିଶି ପାଳି କରି ଦୁଷ୍କର୍ମ କରିଥିଲେ । ପୁଲିସର ତଦନ୍ତରେ ଜଣାପଡିଥିଲା ଦୁଷ୍କର୍ମର ରହସ୍ୟ । ଧରାପଡିଥିଲେ ଘର ମାଲିକ ଓ ଆଉ ଦୁଇ ଜଣ ସହଯୋଗୀ । ଯେଉଁମାନେ ବଳପୂର୍ବକ ଏହି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ।