କେବେ ଦେଖିଛନ୍ତି ଏମିତି କାଫେ : ଲୋକେ ଯା’ନ୍ତି ସିଧା,ହେଲେ ଦେଖାଯାଏ ସବୁ ଓଲଟା !

68

r1-2ବିଶ୍ୱରେ ଅଜବ ଅଜବ ଜିନିଷ ବିଷୟରେ ଆମେ ଜାଣି ଆଶ୍ଚର୍ଯ୍ୟ ହେଉଛେ । ଏବେ ଏମିତି ଏକ ଖବରକୁ ନେଇ ଚର୍ଚ୍ଚା । ଜର୍ମାନୀରେ ୱିଥାଇମ୍ ରେ ତିଆରି ହୋଇଛି ଏକ ଭିନ୍ନ ଧରଣର କାଫେ । ଯାହା ଲୋକଙ୍କର ଖୁବ୍ ଆକର୍ଷଣ ସାଜିଛି । ଏହି କ୍ୟାଫେଟି ଓଲଟା ତିଆରି ହୋଇଛି ଏବଂ ଏହି କାଫେ ଭିତରେ ସବୁ ଜିନିଷ ଓଲଟା ହିଁ ଦେଖାଯାଏ । ଆପଣ ସେହି କାଫେ ଭିତରକୁ ଯିବେ ସିଧା । ହେଲେ ଭିତରେ ଲାଗିବ, ଭୂମି ଉପରେ ଛିଡା ନହୋଇ ଆପଣ ଘରର ଛାତରେ ଠିଆ ହୋଇଛନ୍ତି । ଯଦି ଚାଲୁଥିବେ ଲାଗିବ ଓଲଟା ଚାଲୁଛନ୍ତି । ଖାଲି ଭିତରେ ନୁହେଁ କାଫେର ବାହାରେ ବି ଏମିତି ଦେଖିବାକୁ ପାଇବେ ।

ଏହାକୁ ଏକ ଆକର୍ଷଣୀୟ କାଫେ କରିବା ପାଇଁ ଏପରି ବନାଯାଇଛି ଏବଂ ଏହା ମଧ୍ୟ ଲୋକଙ୍କୁ ଖୁବ୍ ଆକୃଷ୍ଟ କରୁଛି । ଲୋକେ ଏହି କାଫେକୁ ଦେଖିବା ପାଇଁ ଓ ଏଥିରେ ଆମୋଦ ପ୍ରମୋଦ କରିବା ପାଇଁ ଯାଉଛନ୍ତି ।
ଦେଖନ୍ତୁ ଏହି ଅଜବ କ୍ୟାଫେର ଝଲକ୍ –