ରେଳ ଷ୍ଟେସନର କୈାତୁକିଆ ନାଁ – ବିବି ,ନାନା ,ଚାଚା, ଶାଳୀ ! ସୋସିଆଲ ମିଡିଆରେ ଭାଇରାଲ

40

ଆଜିକାଲି ଅଜଗ ଗଜବ ଖବର ସବୁ ଶୁଣିବାକୁ ମିଳେ । ବିଶ୍ୱର କୋଣ ଅନୁକୋଣରେ କଣ ଅଛି ଓ ଘଟୁଛି ସବୁ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହେଉଛି । ଲୋକେ ଏହାକୁ ଜାଣି ଆଶ୍ଚର୍ଯ୍ୟ ହେବା ସହ , ବେଳେବେଳେ ମଜାକ ବି କରନ୍ତି । ଏମିତି ଏକ ଖବେ ଏବେ ଚର୍ଚ୍ଚାରେ । ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ । କିଛି ରେଳ ଷ୍ଟେସନ ଅଛି ଯାହା ସଂପର୍କୀୟଙ୍କ ନାଁରେ ନାମିତ ହୋଇଛି ।

ଟ୍ରେନରେ ଯାତ୍ରା ଆପଣ ନିଶ୍ଚେ କରିଥିବେ । ଆଉ ମଧ୍ୟ ଅନେକ ଷ୍ଟେସନର କୈାତୁକିଆ ନାଁ ସବୁ ଦେଖିବାକୁ ପାଇଥିବେ । ହେଲେ ଷ୍ଟେସନର ନାଁ , ବିବି ,ଶାଳୀ ,ଚାଚା ,ନାନା ଆଦି ଥିବାର କେବେ ଦେଖିନଥିବେ । ହେଲେ ଏମିତି କିଛି ନାଁ ର ଷ୍ଟେସନ ଏବେ ଖୁବ୍ ଭାଇରାଲ ସାଜିଛି ସୋସିଆଲ ମିଡିଆରେ । ଅନେକ କହୁଛନ୍ତି ବୋଧ ହୁଏ ସଂପର୍କୀୟ ପରିଜନଙ୍କୁ ମନେପକାଇବା ପାଇଁ ଏମିତି ନାମକରଣ ହୋଇଛି ।