କମଳାରୁ ପ୍ରସ୍ତୁତ ହେବ ଇନ୍ଧନ ! ବୈଜ୍ଞାନିକ ଦେଇଛନ୍ତି ସୂଚନା

24

ଆଜିକାଲି ବୈଜ୍ଞାନିକମାନେ ନୂଆ ନୂଆ ଜିନିଷକୁ ନେଇ ପରୀକ୍ଷା ନିରୀକ୍ଷା ଚଳେଇଛନ୍ତି । ଗବେଷକ ବିଭିନ୍ନ ଉପାୟରେ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ସବୁବେଳେ ଲାଗିପଡିଛନ୍ତି । କେତେବେଳେ ଗଛରୁ ତ ଅନ୍ୟ କେବେ କୈାଣସି ଉନ୍ନତ ପ୍ରକ୍ରିିୟାରେ ଇନ୍ଧନର ପ୍ରସ୍ତୁତି ହୋଇଥାଏ । ଏଇ ନିକଟରେ ଜାପାନୀ ବୈଜ୍ଞାନିକମାନେ କମଳାରୁ ଇନ୍ଧନ ପ୍ରସ୍ତୁତ କରି ଚର୍ଚ୍ଚାରେ ।

ସେଠାକାର ଏକ ବିଶ୍ୱବିଦ୍ୟାଳୟରେ ଏହି ଗବେଷଣା ପ୍ରକ୍ରିୟା ଜାରି ରହିଛି ସେମାନଙ୍କଠାରୁ ମିଳିଥିବା ମତ ଅନୁଯାୟୀ , ୩କି.ଗ୍ରା ପଚା କମଳାରୁ ପ୍ରାୟ ୨୦ମିଲିଲିଟର ଇନ୍ଧନ ବାହାରୁଛି । ଏନେଇ ଅଧିକ ତଥ୍ୟ ସେମାନେ ଖୁବ୍ ଶୀଘ୍ର ପ୍ରକାଶ କରିବେ ବୋଲି ଜଣାପଡିଛି ।