ସେଲଫି ନିଶାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ !

40

ଆଜିକାଲି ସେଲଫି ନେବା ସମସ୍ତଙ୍କର ଏକ ସଉକ ପାଲଟିଗଲାଣି । ଛୋଟ ଠାରୁ ବଡ ସମସ୍ତେ ଏଥିରେ ମସଗୁଲ୍ । ନିଜର ସ୍ମାର୍ଟଫୋନରେ ସେଲଫି ନେବାର ମଜା ମଧ୍ୟ ନିଆରା । ଆଉ ଏହାର ଫାଇଦା ସବୁ ବର୍ଗର ଲୋକେ ନେଉଛନ୍ତି । ଆଉ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଖୁବ୍ ଖୁସି ହେଉଛନ୍ତି । ଏବେ ଏହି ସେଲଫି ନିଶା ଘାରିଛି ଆମର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କୁ । ଆଉ ଶିଖୁଛନ୍ତି କେମିତି ସେଲଫି ଉଠାଯାଏ । ଆପଣ ଭାବୁଥିବେ ତାଙ୍କୁ କିଏ ଶିଖାଉଛନ୍ତି ଏହି ସେଲଫି । ସେ ଜଣେ ଛୋଟ ପିଲା । ଯାହାଙ୍କ ନାମ ହମଜା ସୈଫି ।

ପ୍ରକୃତରେ ପ୍ରଣବ ମୁର୍ଖାଜୀ ନିଜର ଟ୍ୱିଟର ଆକାଉଂଟରେ ଜଣେ ପିଲା ସହ ଏକ ସେଲଫି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ପିଲାଟିର ମୁଣ୍ଡରେ ହାତ ରଖିଛନ୍ତି । ଫଟୋ ସହ କ୍ୟାପଶନରେ ଲେଖିଛନ୍ତି , ‘ପିଲାଙ୍କ ସହ ମିଶିବା ସବୁବେଳେ ମୋତେ ଭଲଲାଗେ । ଏହି ଫଟୋରେ ନଜର ଆସୁଥିବା ପିଲାଟି ହମଜା ସୈଫି । ଯିଏ ମୋତେ ଶିଖାଇଛି ସେଲଫି କେମିତି ନିଆଯାଏ ।’

ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କର ଏହି ଫଟୋକୁ ଏବେସୁଦ୍ଧା ହଜାର ଲୋକ ଲାଇକ୍ କରିସାରିଲେଣି  ଏବଂ ଶହେ ଲୋକ ଏହାକୁ ରିଟ୍ୱିଟ୍ କରିଛନ୍ତି । ଟ୍ୱିଟରରେ ଲୋକେ ଏହି ଫଟୋକୁ ଖୁବ୍ ତାରିଫ୍ କରିଛନ୍ତି । ଏହି ବର୍ଷ ୨୪ ଜୁଲାଇରେ ରାଷ୍ଟ୍ରପତି ପଦରୁ ପ୍ରଣବମୁଖାର୍ଜୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା ।