ମୋବାଇଲରେ ନେଟୱର୍କ ପାଇଁ ଗଛରେ ଚଢିଲେ ମନ୍ତ୍ରୀ ! ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍

28

ସୂଚନା ପ୍ରଯୁକ୍ତି ବିଦ୍ୟାରେ ଦେଶ ଅନେକ ଆଗେଇଛି । ଏକବିଂଶ ଶତାଦ୍ଦୀରେ ଉପନୀତ ହୋଇଥିଲେ ମଧ୍ୟ ଭାରତର ବହୁ ଗାଁରେ ଏବେ ବି ମୋବାଇଲ୍ ନେଟୱର୍କ ସମସ୍ୟା ରହିଛି । ଜରୁରୀ କଲ୍ ଆସିବା ସମୟରେ ସେଠାରେ ଲୋକମାନେ ଫୋନକୁ ଧରି ନେଟୱର୍କ ଆସୁଥିବା ସ୍ଥାନକୁ ଦୈାଡିଥାନ୍ତି । ରବିବାର କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲଙ୍କୁ ସେଭଳି ଏକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା ।

ସୂଚନା ଅନୁସାରେ ,ମେଘୱାଲ୍ ଗତକାଲି ନିଜର ନିର୍ବାଚନମଣ୍ଡଳୀ ବିକାନେରର ଧୋଲିଆ ଗାଁକୁ ଯାଇଥିଲେ । ସେଠାରେ ଗାଁ ଲୋକେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ନର୍ସମାନଙ୍କ ଅଭାବ ନେଇ ଅଭିଯୋଗ କରିବା ପାରେ ସେ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ଫୋନ୍ କରିଥିଲେ । କିନ୍ତୁ ନେଟୱର୍କ ନଥିବାରୁ ତାଙ୍କର ଫୋନ୍ ଲାଗିନଥିଲା । ପରେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ସେ ଏକ ସିଡ଼ି ଯୋଗେ ନିକଟସ୍ଥ ଗଚ ଉପରକୁ ଚଢ଼ି ଫୋନରେ କଥା ହେଲେ । ତାଙ୍କର ଗଛ ଉପରେ ଚଢିବାର ଭିଡ଼ିଓ ଏବେ ଭାଇରାଲ ସାଜିଛି ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –