ମିଳିଲାନି ୬୦ ହଜାର ଟଙ୍କାର ଚୈାକି ! ତଳେ ବସି ଅଫିସ କାମ କଲେ ବିଶ୍ୱବିଦ୍ୟାଳୟର କୁଳପତି

24

ଉତ୍ତରାଖଣ୍ଡ : ଏକ ବିଶ୍ୱବିଦ୍ୟାଳୟର ଜଣେ କୁଳପତିିଙ୍କ ଜିଦିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗୋଟେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରୁ ଭିଆଇପି ସଂସ୍କୃତି ହଟାଇବା ପାଇଁ ଗାଡିରୁ ନାଲିବତି କାଢିବାର ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଦାମୀ ଚୈାକି ପାଇଁ ନିଜ ଜିଦରେ ଅଟଳ । ୬୦ ହଜାର ଟଙ୍କାର ଚୈାକି ପାଇଁ ନିଜ ଅଫିସରୁ ସମସ୍ତ ଫର୍ଣ୍ଣିଚର ହଟାଇ ତଳେ ବସି ଚଳାଉଛନ୍ତି କାର୍ଯ୍ୟାଳୟ । ଯିଏ ତାଙ୍କୁ ଭେଟିବାକୁ ଆସୁଛନ୍ତି ସେମାନେ ବି ତଳେ ବସୁଛନ୍ତି ।

କୁଳପତି ପ୍ରଫେସର ପିୟୁଷକାନ୍ତ ଦୀକ୍ଷିତଙ୍କୁ ଗୋଦରେଜ୍ କଂପାନୀର ଏକ ଚୈାକି ବେଶ ପସନ୍ଦ ଆସିଥିଲା ଏହି ଚୈାକିର ମୂଲ୍ୟ ୫୭ହଜାର ଟଙ୍କା ଥିଲା ବେଳେ ,ଟିକସ ମିଶାଇ ମୋଟ ମୂଲ୍ୟ ୬୦ହଜାର ଟଙ୍କା । ହେଲେ ଏହି ଚୈାକି କିଣିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ମଂଜୁରୀ ମିଳିନାହିଁ । ଯାହା ବଡ କଷ୍ଟ ଦେଇଥିଲା ପ୍ରଫେସର ଦୀକ୍ଷିତଙ୍କୁ । ନିଜର କ୍ଷୋଭ ପ୍ରକଟ କରିବାକୁ ଯାଇ ସେ କାର୍ଯ୍ୟାଳୟର ସମସ୍ତ ଫର୍ଣ୍ଣିଚର ହଟାଇବା ସହ ତଳେ ଗଦି ପକାଇ କାମ କରିବା ଆରମ୍ଭ କରିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ମୋଦିଙ୍କ ପିଲାଦିନ ହେବ ସ୍ମୃତିମୟ ! ଚା’ ବିକୁଥିବା ରେଳ ଷ୍ଟେସନ ନେବ ନୂଆ ରୂପ