ପଢିଛନ୍ତି ୫ମ ଶ୍ରେଣୀ ଯାଏ ,କମାଉଛନ୍ତି ୨୧ କୋଟି ! ଚର୍ଚ୍ଚାରେ ୯୪ବର୍ଷୀୟ ଏହି ବ୍ୟକ୍ତି

74

dharmpal-gulati-bcclଏମିତି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ ,ଯିଏ ନିଶ୍ଚୟ ସମସ୍ତଙ୍କୁ ପରିଚିତ ଭଳି ଲାଗିବେ । କୈାଣସି ମାଗାଜିନର କଭର ପେଜରେ ବି ସେ ନଜର ଆସିଥିବେ । ସେ ହେଉଛନ୍ତି ୯୪ ବର୍ଷୀୟ ଧର୍ମପାଲ ଗୁଲାଟି । ଜଣେ ସଫଳ ମସଲା ବ୍ୟବସାୟୀ । ଯାହାଙ୍କ ଫଟୋ ଏମଡିଏଚ୍ ମସଲାର ପ୍ରତି ପ୍ୟାକରେ ନଜର ଅସିଥାଏ । ୫ମ ଶ୍ରେଣୀ ଯାଏ ପଢିଥିବା ଏହି ବ୍ୟକ୍ତି ଆର୍ଥିକ ବର୍ଷରେ ୨୧ କୋଟି ଟଙ୍କାର ଆୟ କରିଛନ୍ତି । ଯାହା ଗୋଦରେଜ କଂଜ୍ୟୁମରର ଆଦି ଗୋଦରେଜ୍ ଓ ବିବେକ ଗମ୍ଭୀର ,ହିନ୍ଦୁସ୍ତାନ ୟୁନିଲିଭରର ସଂଜୀବ ମେହଟ୍ଟା ଓ ଆଇଟିସିର ୱାଇସି ଦେବେଶ୍ୱରଙ୍କ ଆୟ ଠାରୁ ବି ଅଧିକ ।

ଏହି ଚର୍ଚ୍ଚିତ ବ୍ୟକ୍ତି ଧର୍ମପାଲଙ୍କ କଂପାନୀ ‘ମହାଶିୟାଂ ଦି ହଟ୍ଟି’ ଏମଡିଏଚ ନାମରେ ଏବେ ଖୁବ୍ ଜଣାଶୁଣା । ଏହି ବର୍ଷ ପାଖାପାଖି ୨୧୩ କୋଟି ଟଙ୍କାର ଲାଭ କରିଛି କଂପାନୀ । ଏହି  କଂପାନୀର ୮୦ ପ୍ରତିଶତ ଅଂଶର ମାଲିକ ଧର୍ମପାଲଙ୍କ ।

2_1484634771ସୂଚନା ଅନୁସାରେ ଧର୍ମପାଲ ଗୁଲାଟି ୬୦ ବର୍ଷ ପୂର୍ବେ ଏମଡିଏଚକୁ ଆରମ୍ଭ କରିଥିଲେ । ସେ କୁହନ୍ତି ଉପଭୋକ୍ତାଙ୍କୁ କିପରି କମ୍ ପଇସାରେ ଭଲ ଗୁଣବକ୍ତାର ଉତ୍ପାଦ ମିଳିପାରିବ ,ଏହି ଲକ୍ଷ୍ୟରେ ସେ ସବୁବେଳେ  ଆଗେଇଛନ୍ତି । ଆଉ ଏଥିପାଇଁ ସେ ସଫଳତା ପାଇଛନ୍ତି । ନିଜ ଦରମାର ୯୦ ପ୍ରତିଶର ଧରମପାଲ ଚ୍ୟାରିଟିକୁ ଦେଇଥାନ୍ତି । ୧୯୧୯ରେ ପାକିସ୍ତାନର ସିୟାଲକୋଟରେ ଏକ ଛୋଟ ଦୋକାନ ଖୋଲିଥିବା ଚୁନି ଲାଲ କେବେ ଭାବୁନଥିବେ ତାଙ୍କ ପୁଅ ଧରମପାଲ ଏହି ଛୋଟ ଦୋକାନରୁ ୧୫ହଜାର କୋଟି ଟଙ୍କାର ଏକ ବିରାଟ କଂପାନୀ ଠିଆ କରିଦେବ । ଧର୍ମପାଲଙ୍କ ଏହି କୋଟି କୋଟିର ସାମ୍ରାଜ୍ୟରେ ମସଲା କଂପାନୀ  ,ପାଖାପାଖି ୨୦ ସ୍କୁଲ ଓ ଏକ ଡାକ୍ତରଖାନା ରହିଛି ।

ଦେଶ ବିଭାଜନ ପରେ ଧର୍ମପାଲ ଦିଲ୍ଲୀର କରୋଲବାଗ ଆସି ଥିଲେ । ଏବେ ୧୫ଟି ଫାକ୍ଟ୍ରି ଖୋଲିସାରିଲେଣ ସେ । ଏମଡିଏଚର ଦୁବାଇ ଓ ଲଣ୍ଡନରେ କଂପାନୀର ଅଫିସ ଅଛି । ପାଖାପାଖି ୧୦୦ ଦେଶକୁ ଏହି କଂପାନୀ ନିଜର ମସଲା ଉତ୍ପାଦ ଯୋଗାଉଛି ।  ଧର୍ମପାଲଙ୍କ ପୁଅ କଂପାନୀର ସବୁ କାମ ବୁଝନ୍ତି ଏବଂ ୬ଝିଅ ଡିଷ୍ଟ୍ରିବ୍ୟୁସନର ଦାୟିତ୍ୱ ନେଇଥାନ୍ତି । ଧର୍ମପାଲଙ୍କୁ ଦାଦା ଜୀ ଓ ମହାଶୟ ଜୀ ନାମରେ ସମସ୍ତେ ଡାକିଥାନ୍ତି । ( ସୈାଜନ୍ୟ : ନଇ ଦୁନିଆ.କମ୍ )